ରଜରେ ଗରୀବ ଲୋକଙ୍କ ପିଲାମାନଙ୍କୁ ଡ୍ରେସ ପ୍ରଦାନ



କେନ୍ଦ୍ରାପଡ଼ା, ୧୪ା୬: ରଜପର୍ବ ପାଇଁ ଗୁଲନଗର ପଞ୍ଚାୟତର ୨୧ନମ୍ବର ୱାର୍ଡରେ ଗରୀବ ସଂଖ୍ୟାଲଘୁ ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ପୁଅ ଓ ଝିଅମାନଙ୍କୁ ସମାଜସେବୀ ସୁଶାନ୍ତ କୁମାର ଦାଶ ନୂଆ ଡ୍ରେସ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଗୁଲନଗର ଗ୍ରାମପଞ୍ଚାୟତର ୨୧ନମ୍ବର ୱାର୍ଡରେ ଥିବା ରାମମନ୍ଦିର ନିକଟରେ ଆଜି ସକାଳୁ ସମାଜସେବୀ ଶ୍ରୀ ଦାଶ ପହଞ୍ଚି ରଜ ଉପଲକ୍ଷେ ଗରୀବ ଲୋକଙ୍କ ଝିଅ ଓ ପୁଅମାନଙ୍କୁ ନୂଆ ଡ୍ରେସ ପ୍ରଦାନ କରିଥିଲେ । ଏହି ନୂଆ ଡ୍ରେସ ପାଇ ସେମାନଙ୍କ ମୁହଁରେ ହସ ଫୁଟି ଉଠିଥିଲା । ରଜପର୍ବରେ ସେମାନେ ଅନ୍ୟମାନଙ୍କ ପରି ନୂଆ ଡ୍ରେସ ପିନ୍ଧି ରଜ ପର୍ବକୁ ଖୁସିରେ ପାଳନ କରିଥିଲେ ।


Next Post

କାକଟ ମଙ୍ଗଳା କ୍ଲବରେ ରଜ ମହତ୍ସବ

Sat Jun 15 , 2024
କେନ୍ଦ୍ରାପଡା ୧୫/୬- କେନ୍ଦ୍ରାପଡା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଶ୍ରୀ ମା କାକଟ ମଙ୍ଗଳା କ୍ଳବ୍ ଆନୁକୁଲ୍ୟରେ ପବିତ୍ର ରଜପର୍ବ ଉପଲକ୍ଷେ ଏକ ବିରାଟ ରଜ ମହୋତ୍ସବ ଶୁକ୍ରବାର ପ୍ରଥମ ରଜ ଉପଲକ୍ଷେ ଉଦଘାଟିତ ହୋଇଯାଇଅଛି । ଏହି ଉତ୍ସବକୁ ଉଦଘାଟିତ କରିଛନ୍ତି କେନ୍ଦ୍ରାପଡ଼ା ପୌରପରିଷଦର ପୌରପାଳିକା ସରିତା ସାହୁ । ଅନୁଷ୍ଠାନର ସଭାପତି ତଥା ୧୭ନଂ ୱାର୍ଡ କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ହାଡିବନ୍ଧୁ […]

KANIKA