ତରଡ଼ିପାଳରେ ତୁଳସୀ ମେଧା ସମ୍ମାନ ଉତ୍ସବ-୨୦୨୪


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ  ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତର ବିଶିଷ୍ଟ ସମାଜସେଵୀକା ମହିୟସୀ ମହିଳା ଦିବଙ୍ଗତା ତୁଳସୀ ବିଶ୍ୱାଳଙ୍କ ସ୍ମୃତି ଉଦେଶ୍ୟରେ ତୁଳସୀ ମେଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତରଡ଼ିପାଳ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ମାଟ୍ରିକ ଓ +୨ ପରୀକ୍ଷାରେ ଧୋୟାଞ୍ଚଳର ହାଇସ୍କୁଲ ଓ କଲେଜର ଟପରମାନଙ୍କୁ ତୁଳସୀ ମେଧା ସମ୍ମାନରେ ସମ୍ମାନିତ କରାଯାଇଛି । ସମାଜସେବୀ ଫିରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି,ପ୍ରାକ୍ତନ ବ୍ଲକ ଅଧକ୍ଷ ଦୁର୍ଗାଶିଷ ମହାନ୍ତି, ଶିକ୍ଷାବିତ ରାଜକୁମାର ବିଶ୍ୱାଳ, ଅଧ୍ୟାପକ ରବି ରଞ୍ଜନ ଶର୍ମା, ତରଡ଼ିପାଳ ସରପଞ୍ଚ ଦେବେନ୍ଦ୍ର ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ବିଶ୍ୱାଳ, ସରପଞ୍ଚ ଅଜୟ ବିଶ୍ୱାଳ, କବି ନୃସିଂହ ରାଉତ ଓ ପ୍ରାକ୍ତନ କ୍ରୀଡା ଶିକ୍ଷକ ସୁଶୀଲ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତମ ଶିକ୍ଷା ଉତ୍ତମ ସମାଜ ଓ ଉତ୍ତମ ରାଷ୍ଟ୍ର ଗଠନର ବାର୍ତାବହ ବୋଲି ମତପ୍ରକାଶ କରି ଛାତ୍ରଛାତ୍ରୀ ଗୁଣାତ୍ମକ ମୌଳିକ ଶିକ୍ଷା ଗ୍ରହଣ କରି ଏ ମାଟିର ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । କବି ନୃସିଂହ ରାଉତ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ କବିତା ପାଠ କରିଥିଲେ । ସମାଜସେବୀ କ୍ଷୀରୋଦ ବିଶ୍ୱାଳ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।ଏଇ ଅବସରରେ ଚଳିତ ଓଜେଇ ପରୀକ୍ଷା ସର୍ବୋଚ୍ଚ ନମ୍ବର ରଖି ବି ଫାର୍ମ ପାଠ୍ୟ କ୍ରମ ପାଇଁ ଯୋଗ୍ୟବିବେଚିତ ପାୟଲ ବିଶ୍ୱାଳ,ରାଜ୍ୟ ସ୍ତରରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ସ୍ମୃତି ବିଶ୍ୱାଳ, ଚଳିତ ମାଟ୍ରିକ ପରୀକ୍ଷାରେ ଧୋୟା ଞ୍ଚଳ ଟପ୍ପର ହୋଇଥିବା ଅଳପୁଆ ହାଇସ୍କୁଲର ରୋଜାଲିନ ସାହୁ, ପ୍ରଜ୍ଞାଶ୍ରୀ ନାୟକ, ସସ୍ମିତା ଧଳ ଓ ପୂଜା ସାହୁ ,ଅଣ୍ଢରା ବନ୍ଦେ ମା ତରଂ ହାଇସ୍କୁଲର ହରିହର ପାଢ଼ୀ ଓ କରିନା ଦାଶ ,ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ଜ୍ୟୋତିର୍ମୟୀ ବିଶ୍ୱାଳ ଓ ଲଷ୍ମୀପ୍ରିୟା ମଲ୍ଲିକ ,ତରଡ଼ିପାଳ ମାଳତୀଦେବୀ ବାଳିକା ହାଇସ୍କୁଲର ମନୀଷା ବିଶ୍ୱାଳ,ଅମୃତମଣୋହି ବାଳିକା ହାଇସ୍କୁଲର ଲଷ୍ମୀପ୍ରିୟା ସାହୁ ତରଡ଼ିପାଳ ନୋଡାଲ ହାଇସ୍କୁଲର ପୂର୍ଣ୍ଣିମା ପରିଡା, ବଲୁରିଆ ନୋଡାଲ ହାଇସ୍କୁଲର ମନୀଷା ବେହେରା ସିଂହଗାଁ ଦକ୍ଷିଣଖାଇ ହାଇସ୍କୁଲର ଦୀପିକା ପ୍ରିୟଦର୍ଶନୀ ବେହେରା ଓ ଦାଣ୍ଡିସାହି ବ୍ରାହ୍ମଣୀ ହାଇର ସେକେଣ୍ଡା ରୀ ସ୍କୁଲର ସୁଜାତା ଧଳ, ଲଷ୍ମୀଦେବୀ ପାଢ଼ୀ ଓ ସତ୍ୟବ୍ରତ ସାହୁଙ୍କୁ ତୁଳସୀ ମେଧା ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୁକାନ୍ତୀ ନାଥଶର୍ମା ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading