
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦେୱାନୀ ଅଦାଲତ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ , ଜେଏମଏଫସି ତଥା ସିଭିଲ ଜର୍ଜ ସମୀକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି । ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଉପସ୍ଥିତ ଆଇନଜିବୀ ମାନଙ୍କୁ ଉତ୍ସାହିତ କରଥିଲେ । ଏଥିରେ ବରିଷ୍ଠ ଆଇନିଜୀବି ଭବାନୀ ଶଙ୍କର ପଣ୍ଡା. ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ କୋଷାଧକ୍ଷ ଧୀରେନ୍ଦ୍ରନାଥ ସାହୁ, ସେକ୍ରେଟାରୀ ରବୀନ୍ଦ୍ର କୁମାର ଦାଶ, ଯୁଗ୍ମ ସମ୍ପାଦକ ମନୋଜ କୁମାର ନାୟକ, ଆଇନଜିବୀ ଶରତ ମଲ୍ଲିକ, ସୁମନ୍ତ ମାଝି ଅଦାଲତର କର୍ମଚାରା ଓ ପିଏଲଭି ସଭ୍ୟାସଭ୍ୟ ଉପସ୍ଥିତ ରହି ସମସ୍ତେ ଯୋଗ କରି ଶରୀର କିପରି ସୁସ୍ଥ ରହିବ ସେଥିପାଇଁ ପାଇଁ ସମସ୍ତେ ପ୍ରତ୍ୟେକ ଦିନ ଯୋଗ କରିବା ନିଷ୍ପତି ନେଇଥିଲେ ।











