କେନ୍ଦ୍ରାପଡା ବିଜେପି ପକ୍ଷରୁ କଳା ଦିବସ ପାଳନ


କେନ୍ଦ୍ରାପଡ଼ା, ୨୩ା୬: କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାକଟସ୍ଥିତ ଏକ ବେସରକାରୀ ମଣ୍ଡପରେ ଜିଲ୍ଲା ବିଜେପି ଉପ ସଭାପତି ଅଭିମନ୍ୟୁ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଆଳି ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡା ବିଧାନସଭା ନେତ୍ରୀ ଗୀତାଞ୍ଜଳୀ ସେଠୀ, ସାଧାରଣ ସମ୍ପାଦକ ଉପୀନ କୁମାର ରାଉତ, ଅମିତାଭ ସୁଆର ପ୍ରମୁଖ ଯୋଗ ଦେଇ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଗଣତନ୍ତ୍ର ଓ ବ୍ୟକ୍ତି ସ୍ୱାଧିନତାକୁ କଣ୍ଠରୋଧ କରି କିଭଳି ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ । ସରକାରଙ୍କ ବିରୋଧରେ ସ୍ୱର ଉତୋଳନ କରୁଥିବା ସମସ୍ତଙ୍କୁ ବଳ ପୂର୍ବକ ଜେଲଦଣ୍ଡ ଦିଆ ଯାଉଥିଲା । ସେହି ଦିନକୁ ସ୍ମରଣ କରି ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଇ ଥାଏ । ଜରୁରୀ କାଳୀନ ପରିସ୍ଥିତି ସମୟରେ କାରାବରଣ କରିଥିବା ହରିଶ ଚନ୍ଦ୍ର ଜେନା, ରବି ନାରାୟଣ ପତି, ଦେବୀ ପ୍ରସାଦ ନାୟକ, ଉମାକାନ୍ତ ଦାସ, ବ୍ରଜ କିଶୋର ଓଝା, ଡମ୍ବରୁଧର ଘଡେଇ ଓ ନାରାୟଣ ପୃଷ୍ଟି ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଜାନକୀ ପ୍ରଧାନ, ସଞ୍ଜୟ ରଥ, ପ୍ରସନ୍ନ ପଣ୍ଡା, ମନୀଷା ପଣ୍ଡା, ପ୍ରିୟଦର୍ଶିନୀ ନନ୍ଦ, ନେହେରୁ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ଓ ସଂଗ୍ରାମୀ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading