ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଦମୋହନପୁର ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପୋସକୋ ଆକ୍ଟ ଏବଂ ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚତେନତା ସଭାରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ ମୁଖ୍ୟା ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ପୋସକୋ ଆକ୍ଟ ଏବଂ ଭିକ୍ଟିମ କମ୍ପାନୀଶେଶନ ବିଷୟରେ ବୁଝାଇଲେ । ଏହି ସଭାରେ ବରିଷ୍ଠ ଆଇନିଜୀବି ଭବାନୀ ଶଙ୍କର ପଣ୍ଡା. ଧୀରେନ୍ଦ୍ରନାଥ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୁର୍ଗେଶ ନନ୍ଦିନୀ ସାମନ୍ତରାୟ, ପିଏଲଭି ସଭ୍ୟ ପ୍ରଫୁଲ କୁମାର ଦାଶ, ଧବଳେଶ୍ୱର ଖଣ୍ଡାଇ, ଗୋପାଳ ଚନ୍ଦ୍ର ଦାଶ ଓ ସମସ୍ତ ସଭ୍ୟାସଭ୍ୟ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ରହିଥିଲେ ।


Next Post

ବିଭିନ୍ନ ସମସ୍ୟା ନେଇ ବ୍ଲକ ଅଫିସରେ ବିଡ଼ିଓଙ୍କୁ ଘେରିଲେ ମହିଳା

Fri Jun 28 , 2024
ଗାଁରେ ମୌଳିକ ସୁବିଧା ଅପହଂଚ ହୋଇରହିଛି । ବାରମ୍ବାର ନିବେଦନ ପରେ ବି ବ୍ଲକ ପ୍ରଶାସନ ଶୁଣୁନାହାଁନ୍ତି । ଏଭଳି ବିଭିନ୍ନ ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି ସତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଗୁରୁବାର ଶ୍ରୀରାମପୁର ପଂଚାୟତର ଶତାଧିକ ମହିଳା ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ହୋହାଲ୍ଲା କରିବା ସହିତ ବିଡ଼ିଓଙ୍କୁ ଘେରିଥିଲେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର […]

KANIKA