ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଦମୋହନପୁର ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପୋସକୋ ଆକ୍ଟ ଏବଂ ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚତେନତା ସଭାରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ ମୁଖ୍ୟା ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ପୋସକୋ ଆକ୍ଟ ଏବଂ ଭିକ୍ଟିମ କମ୍ପାନୀଶେଶନ ବିଷୟରେ ବୁଝାଇଲେ । ଏହି ସଭାରେ ବରିଷ୍ଠ ଆଇନିଜୀବି ଭବାନୀ ଶଙ୍କର ପଣ୍ଡା. ଧୀରେନ୍ଦ୍ରନାଥ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୁର୍ଗେଶ ନନ୍ଦିନୀ ସାମନ୍ତରାୟ, ପିଏଲଭି ସଭ୍ୟ ପ୍ରଫୁଲ କୁମାର ଦାଶ, ଧବଳେଶ୍ୱର ଖଣ୍ଡାଇ, ଗୋପାଳ ଚନ୍ଦ୍ର ଦାଶ ଓ ସମସ୍ତ ସଭ୍ୟାସଭ୍ୟ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ରହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading