୩୯ବର୍ଷ ପରେ ଦ୍ୱିତୀୟ ଅଣ ଓଡ଼ିଆ ଅଫିସର ନେଲେ ରାଜ୍ୟରେ ବଡ଼ ଦାୟିତ୍ୱ : ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା 


ଭୁବନେଶ୍ୱର,୨୮/୬- ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା । ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି । ମୋହନ ମାଝିଙ୍କ ନୂଆ ସରକାରରେ ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛିି ।ଗତ ୪ ଦଶନ୍ଧି ଧରି ଏହି ପଦରେ ସର୍ବଦା ଓଡ଼ିଆ ପ୍ରଶାସନିକ ଅଧିକାରୀ ରହି ଆସିଥିଲେ । କିନ୍ତୁ ମୋହନ ମାଝିଙ୍କ ନବ ନିର୍ବାଚିତ ସରକାରରେ ଏହାର ବ୍ୟତିକ୍ରମ ଘଟିଛି । ଅଣ ଓଡ଼ିଆ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି କରାଯାଇଛି । ଆହୁଜାଙ୍କ ପୂର୍ବରୁ୧୯୮୩ ଏପ୍ରିଲରୁ ୧୯୮୫ ଡିସେମ୍ବର ପର୍ଯ୍ୟନ୍ତ ଜ୍ଞାନ ଚନ୍ଦ ଓଡ଼ିଶାର ମୁଖ୍ୟ ସଚିବ ରହିଥିଲେ । ସେ ପୂର୍ବତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ମୁଖ୍ୟ ଶାସନ ସଚିବ ଥିଲେ । ତେବେ ଦ୍ୱିତୀୟ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ଆହୁଜାଙ୍କୁ ଦାୟିତ୍ୱ ମିଳିଛି । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ମନୋଜ ଆହୁଜା ଓଡ଼ିଶା ସରକାରରେ ଇସ୍ପାତ ଓ ଖଣି ସଚିବ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଆହୁଜା ଜଣେ କ୍ରୀଡା ପ୍ରେମୀ ଅଟନ୍ତି । ସେ ଦୁଃସାହସିକ କ୍ରୀଡାରେ ଭାଗ ନେବାକୁ ପସନ୍ଦ କରନ୍ତି । ତାଙ୍କ ସ୍ତ୍ରୀ ହେଉଛନ୍ତି ଆରତି ଆହୁଜା, ଯିଏ ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ । ସେ ମଧ୍ୟ ମଧ୍ୟ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ରହିଛନ୍ତି ।ଚଳିତ ବର୍ଷ ଆରମ୍ଭରେ ସେ ଶ୍ରମ ଓ ରୋଜଗାର ସଚିବ ପଦରୁ ଅବସର ନେଇଛନ୍ତି । ଟେକ୍ନୋକ୍ରାଟରୁ ପ୍ରଶାସନିକ ଅଧିକରୀ ହୋଇଥିବା ଆହୁଜା କେନ୍ଦ୍ର ସରକାର ଓ ରାଜ୍ୟ ସରକାରରେ ଅନେକ ଗୁରତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି । ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ ।
ସୂଚନାଥାଉ କି, ଆହୁଜା କେନ୍ଦ୍ରୀୟ ଡେପୁଟେଶନରେ ଥିଲେ । ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ସେ ଓଡିଶାର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ କାର୍ଯ୍ୟ କାଳ ଛଅ ମାସ ରହିପାରେ । କାରଣ ଆହୁଜା ଆସନ୍ତା ଡିସେମ୍ବରରେ ଅବସର ନେବାକୁ ଯାଉଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading