କୋଭିଡ ଟୀକା ନେଇଥିବାରୁ ପୁରସ୍କାର ମିଳିବ କହି ଟଙ୍କା ଠକି ନେଲେ ସାଇବର ଲୁଟେରା


କେନ୍ଦ୍ରାପଡ଼ା, ୨ା୭: ଆପଣ କୋଭିଡ ଟୀକା ନେଇଥିଲେ । ତେଣୁ ଆପଣଙ୍କୁ ସରକାର ଙ୍କ ପକ୍ଷରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ତେଣୁ ମୋବାଇଲରେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ଓ ପୁରସ୍କାର ରାଶି ଜିତନ୍ତୁ । ଏହି ଭଳି କଲ୍ ଆସିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବଉଳାଙ୍ଗ ଗ୍ରାମ ର ମା ଶାରଳା ଏଣ୍ଟରପ୍ରାଇଜର୍ସର ମାଲିକ ପ୍ରସନ କୁମାର ରାଉତଙ୍କୁ । ସେ ଲିଙ୍କକୁ ପାଞ୍ଚ ଥର କ୍ଲିକ କରିଥିଲେ । ହେଲେ ଲିଙ୍କ ଓପନ ହେଲାନି କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗୁଗୁଲ ପେ ଜରିଆରେ ପଚିଶ ହଜାର ଟଙ୍କା କଟି ଯାଇଥିଲା । ଲିଙ୍କ କୁ ପାଞ୍ଚଥର କ୍ଲିକ କରିବାରୁ ପ୍ରତିଥର ପାଞ୍ଚ ହଜାର ଟଙ୍କା ଲେଖାଏଁ କଟି ସମୁଦାୟ ପଚିଶ ହଜାର ଟଙ୍କା କଟି ଯାଇଥିଲା । କ୍ଷଣିକରେ ପ୍ରସନ୍ନ କୁମାର ରାଉତ ଅଦୃଶ୍ୟ ଠକଙ୍କ କବ୍ଜାରେ ବଶୀଭୂତ ହୋଇ ସାଇବର ଲୁଟର ଶିକାର ହୋଇଥିଲେ । ବଉଳାଙ୍ଗ-ବନ୍ଧକଟା ପେଟ୍ରୋଲ ପମ୍ପ ନିକଟରେ ପ୍ରସନଙ୍କ ନିଜ ସାରଳା ଏଣ୍ଟରପ୍ରାଇଜର୍ସରେ ସେ କାର୍ଯ୍ୟବ୍ୟସ୍ତ ଥିବା ବେଲେ ତାଙ୍କ ଫେନ ନମ୍ବର କୁ ଏକ ଅଜଣା ନମ୍ବର ଞ୍ଚ୯୯୦୭୦୨୦୨୯୪ଞ୍ଚ ରୁ କଲ୍ ଆସିଥିଲା । ସେ ଫୋନ ଉଠାଇବା ମାତ୍ରେ ତାଙ୍କୁ ଅଦୃଶ୍ୟ ଠକ ସେ ପୂର୍ବରୁ ନେଇଥିବା କୋରନା ଟିକା ବାବଦକୁ ତାଙ୍କୁ ପୁରସ୍କାର ମିଳିଛି କହି ମେସେଜ ବକ୍ସକୁ ଏକ ଲିଙ୍କ ପଠାଇ ଥିଲେ । ଲିଙ୍କକୁ କ୍ଲିକ କରିବାକୁ ପ୍ରସନ କୁମାର ରାଉତଙ୍କୁ କୁହାଯାଇଥିଲା । ଲିଙ୍କ କ୍ଲିକ କଲେ ପୁରସ୍କାର ରାଶି ମିଳିବା ଭଳି ଲୋଭନୀୟ ପ୍ରତିଶୃତି ଆଶାରେ ନିଜ ଆକାଉଣ୍ଟରୁ ୨୫ହଜାର ଟଙ୍କା ହରାଇ ଥିଲେ ଶ୍ରୀରାଉତ । ଏନେଇ ସେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ସହ ସାଇବାର ହେଲ୍ପ ଲାଇନରେ ମଧ୍ୟ ଅଭିଯୋଗ କରିଛନ୍ତି ।

 


Next Post

ବାଳିକା ହାଇସ୍କୁଲ ରାସ୍ତା ଖାଲଖମାରେ ଭର୍ତ୍ତି

Thu Jul 4 , 2024
ଭରତପୁର କେନାଲବନ୍ଧ  କେନ୍ଦ୍ରାପଡ଼ା, ୪ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କେନାଲ ପୋଲ ଠାରୁ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା କେନାଲବନ୍ଧ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇପଡିଛି । ଏଥିସହିତ ବର୍ଷାରେ ସେହି ରାସ୍ତାଟିରେ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଭିତରେ ଦେଇ ଯିବାକୁ ପଡୁଛି । ସେହି ରାସ୍ତା ଦେଇ ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ […]

You May Like