ପଟ୍ଟାମୁଣ୍ଡାଇ କଲେଜ ତାର ଶକ୍ତି, ଦୁର୍ବଳତା ଓ ଆହ୍ୱାନକୁ ସମୀକ୍ଷା କରି ଆଗକୁ ବଢିଲେ ଓଡିଶାର ଏକ ଅଗ୍ରଣୀ କଲେଜ ଭାବେ ସୁନାମ ଅର୍ଜନ କରିବା ସହିତ ସଫଳ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହୋଇପାରିବ ବୋଲି ଆଜି ପଟ୍ଟାମୁଣ୍ଡାଇ କଲେଜର ୫୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅଧିକାରୀ ଲଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟ ଓ ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ସାହୁ କହିଥିଲେ ଯେ ପଟ୍ଟାମୁଣ୍ଡାଇରେ ମାନବସମ୍ବଳ ଭରପୁର ରହିଛି ,ଏହାର ଉପଯୁକ୍ତ ବିନିଯୋଗ ଓ ବିକାଶ ପାଇଁ ପଟ୍ଟାମୁଣ୍ଡାଇର ବର ପୁତ୍ରମାନେ ଏକ ମହତ ଉଦେଶ୍ୟ ନେଇ ପ୍ରତିଷ୍ଠା କରିଥିବା କଲେଜ ଆଜି ୫୪ବର୍ଷରେ ପଦାର୍ପଣ କରି ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟିଛି । ଉତମ ଶିକ୍ଷା ବ୍ୟବସ୍ଥା ଅଂଚଳ ବିକାଶତ ମେରୁଦଣ୍ଡ ହୋଇଥିବାରୁ କେବଳ ଭିତିଭୂମି ନୁହେଁ ଉତମ ଶୈକ୍ଷିକ ପରିବେଶ ସୃଷ୍ଟି କଲେ କଲେଜର ବିକାଶ ସହ ଅଂଚଳ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ବିଶିଷ୍ଟ ପ୍ରବଚକ ବୀରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାରତର ଶିକ୍ଷା ଓ ସଂସ୍କୃତି ବହୁ ପୁରାତନ ବୋଲି ମତ ଦେଇ ୧୮୮୧ମସିହାରେ ଲଣ୍ଡନରେ ସ୍କୁଲ ଖୋଲିବାବେଳେ ଭାରତରେ ୭ଲକ୍ଷ ଗୁରୁକୁଳ ପ୍ରତିଷ୍ଠା ହୋଇଥିଲା । ଶିକ୍ଷାର ଅଧୋଗତି ଉପରେ ଉଦବେଗ ପ୍ରକାଶ କରି ପ୍ରବଚକ ପଣ୍ଡା ସାମାଜିକ ପରିବର୍ତନ ପାଇଁ ମୂଲ୍ୟବୋଧଭିତିକ ନୈତିକ ଶିକ୍ଷା ପ୍ରସାର ଉପରେ ଗୁରୁତ୍ୱାରୋପ କରି ଚାକିରୀ ସର୍ବସ୍ୱ ଶିକ୍ଷା ପଛରେ ନଗୋଡ଼ାଇ ଏକ ଉତମ ନାଗରିକ ହୋଇ ସମାଜ ପାଇଁ ସମର୍ପିତ ହେବାର ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ସ୍ୱାଗତଭାଷଣ ଓ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନାତନ ବେହୁରାଙ୍କୁ ତାଙ୍କ ବାସଭବନରେ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଅବସରପ୍ରାପ୍ତ କର୍ମଚାରୀ ନନ୍ଦକିଶୋର ଲେଙ୍କା, +୩ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଇପ୍ସିତା ପ୍ରିୟଦର୍ଶନୀ ପଣ୍ଡା, +୨ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ନନ୍ଦିନୀ ସେନ,+୩ କଳା ବିଭାଗରେ ମଧୁସ୍ମିତା ମଲ୍ଲିକ, ବିଜ୍ଞାନ ସୋନାଲି ପ୍ରିୟଦର୍ଶନୀ ସାହୁ ଓ ବାଣିଜ୍ୟ ବିଭାଗରେ ଶୁଭଙ୍କର ଦାସ, ନୂଆ ଦିଲ୍ଲୀ ପ୍ୟାରେଡରେ ସଫଳତା ହାସଲ କରିଥିବା ଭାଗ୍ୟଶ୍ରୀ ଦାସ ଓ +୨ କଳା ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ବିଜ୍ଞାନ ଛାତ୍ରୀ ଭାବେ ସୋନାଲି ପ୍ରିୟଦର୍ଶନୀ ସାହୁଙ୍କୁ ମାନଗୋବିନ୍ଦ ମେମୋରିଆଲ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ରାଉତ ଓ ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ, ଡ଼ ସୁନୀଲ ପ୍ରଧାନ, ଡ଼ ଅଞ୍ଜଳି ଦାଶ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ, କ୍ୟାପଟେନ ମନୋଜ ପରିଡା, ରଞ୍ଜନ ବେହୁରା, ଫକୀର ପ୍ରଧାନ, ଅଧ୍ୟାପକ ଅରବିନ୍ଦ ପାଣ୍ଡ୍ୱ, ପ୍ରଦ୍ୟୁମ୍ନ ପ୍ରଧାନ, ସୁଭାଶିଷ ମିଶ୍ର,ରଞ୍ଜନ ଗାହାଣ, ସରୋଜିନୀ ମିଶ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ ଯୋଗ ଦେଇଥିଲେ । ପ୍ରତିଷ୍ଠା ଦିବସ ଆରମ୍ଭରେ ଜାତିର ଜନକ ମହାତ୍ମା ଗାନ୍ଧୀ,ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ କଲେଜ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଶେଷରେ ଅଧ୍ୟାପିକା ନିବେଦିତା ପ୍ରଧାନ ଧନ୍ୟବାଦ ଦେଇଥିଲେ ।











