
କେନ୍ଦ୍ରାପଡା, ୧୫/୭: ଓଡିଶା ଆଦର୍ଶ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ଗୁଣ୍ଡୁଚି ମଠ ନିକଟରେ ଆଜି ୨୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ କରାଇ ଦେଇଛି । ଏହାର ସୁରକ୍ଷା ପାଇଁ ସମସ୍ତେ ବୃକ୍ଷ ରୋପାଣ କରିବା ନିହାତି ଆବଶ୍ୟକ । ଏଥିରେ ୬ନଂ ଜୋନର ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଦୀପ୍ତ ମହାନ୍ତି, ପୂର୍ବତନ ସରପଞ୍ଚ ଶାରଦା ରାଉତ, ପୂର୍ବତନ ସରପଞ୍ଚ ପିତବାସ ବେହେରା, ବିଜେଡି ନେତା କରୁଣାକର ଦାସ, ଅକ୍ଷୟ ପତି, ନିରୋଦ ଜେନା, ଜୁଲୁ, ସୁନିଲ ମହାପାତ୍ର, ସନନ୍ତ ନାୟକ ଉପସ୍ଥିତ ଥିଲେ । ସଂଗଠନର ସଭାପତି ପ୍ରକାଶ କର, ସମ୍ପାଦକ ଅନିଲ ହୋତା ଏହାକୁ ପରିଚାଳନା କରିଥିଲେ । ଏହାସହ ଦିପ୍ତୀରଞ୍ଜନ ଦାସ, ସଞ୍ଜୟ ମହାନ୍ତି, ଅଭିନାଶ ପଟ୍ଟନାୟକ, ମନୋଜ ଓଝା, ଭଗବାନ କର, ଆକାଶ କର, ସଞ୍ଜୀବ ଦାସ, ଟିକମ ପ୍ରମୁଖ ଏହାକୁ ତ୍ୱରାନ୍ୱିତ କରିଥିଲେ ।











