ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ସ୍ୱଚ୍ଛ ସାଥୀଙ୍କ ଦରମା ବୃଦ୍ଧି ପାଇଁ ଦାବୀପତ୍ର


ପଟ୍ଟାମୁଣ୍ଡାଇ ତା ୧୯/୯-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ସ୍ୱଚ୍ଛଭାରତ ଅଭିଯାନକୁ ସଫଳ କରିବା ସହିତ ପୌର ପରିଷଦକୁ ସ୍ଵଛ ନିର୍ମଳ ଓ ସରସ ସୁନ୍ଦର କରି ଗଢି ତୋଳିବା ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ନିଯୁକ୍ତି ଦିଆଯାଇଥିଲା ।  ଏହି ସ୍ୱଚ୍ଛ ସାଥିମାନେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ମାସିକ ୪, ୦୦୦ ଓ ୮ ହଜାର ସ୍ୱଳ୍ପ ଦରମାରେ ନିଜର ଦାୟିତ୍ୱ ଓ କର୍ତବ୍ୟ ନିଷ୍ଠାର ସହିତ ପାଳନ କରିବା ସଙ୍ଗେ ସଙ୍ଗେ ୨୦ଟି ୱାର୍ଡର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି ।  ଏପରିକି ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ସ୍ୱଚ୍ଛ ସାଥିମାନେ ପୌର ପରିଷଦର ବିଭିନ୍ନ ୱାର୍ଡ ସଫେଇରେ ସାମିଲ ହୋଇଥିଲେ ।  ସାମ୍ପ୍ରତିକ ଦୁର୍ମୁଲ୍ୟ ବଜାରରେ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ।  ଗତକାଲି ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକରେ ଯୋଗ ଦେବାକୁ ଆସିଥିବା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ସ୍ୱଚ୍ଛ ସାଥୀମାନେ ନାରୀନେତ୍ରୀ ପୁଷ୍ପାଞ୍ଜଳି ପାତ୍ରଙ୍କ ନେତୃତ୍ୱରେ ଭେଟି ଦରମା ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।  ବିଧାୟକ ଶ୍ରୀସାହୁ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସ୍ତରରେ ଆଲୋଚନା କରି ଯଥାସମ୍ଭବ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।  ପଟ୍ଟାମୁଣ୍ଡାଇ ପୌର ପରିଷଦର ସଫେଇ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କ ଦରମା ବୃଦ୍ଧି ଦିଗରେ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି

 


Next Post

ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଟାକ୍ସଫୋର୍ସ ବୈଠକ

Fri Jul 19 , 2024
କେନ୍ଦ୍ରାପଡା, ୧୯/୭: କେନ୍ଦ୍ରାପଡା ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମତବ୍ୟକ୍ତ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ସେ ଏହା ମତବ୍ୟକ୍ତ କରିଛନ୍ତି । ମୌସୁମୀ ବର୍ଷାର ପ୍ରାରମ୍ଭରେ ମଶା ବଂଶବୃଦ୍ଧି ହୋଇଥାଏ । […]

KANIKA