କେନ୍ଦ୍ରାପଡା କଲେଜ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଲେ ଇନିସପେକ୍ଟର



କେନ୍ଦ୍ରାପଡ଼ା, ୨୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରୁ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଇଛନ୍ତି ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ । ଘଟଣାରୁ ପ୍ରକାଶ ଯେ ଏସି ଚୋରି ମାମଲାର ନିରପେକ୍ଷ ତଦନ୍ତ କରାଯିବା, ପୋଲିସ ଛାଡିଦେଇଥିବା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଙ୍କୁ ଗିରଫ ଓ ମାମଲାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବିରେ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ । ୫ଦିନ ଧାରଣାରେ ବସିବା ପରେ ଗତ୧୨ତାରିଖରେ ପୋଲିସ ମୁଖ୍ୟାଳୟରୁ ଡିଏସପି ସରିତା ମହାପାତ୍ର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଡିଏସପି ଶ୍ରୀମତୀ ମହାପାତ୍ର ପ୍ରତିଶୃତି ଦେବାପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ସେହି ପ୍ରତିଶୃତି ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା କଲେଜରୁ ଏସି ଚୋରି ମାମଲାର ତଦନ୍ତ ଭାର ପୋଲିସ ମୁଖ୍ୟାଳୟରେ ଥିବା ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ପ୍ରଦାନ କରାଯାଇଛି । ଇନିସପେକ୍ଟର ଶ୍ରୀ ପଟ୍ଟାୟତ ଟାଉନ ଥାନାରୁ ପୂର୍ବତନ ତଦନ୍ତ ଅଧିକାରୀଙ୍କ ଠାରୁ କେଶ ରେକର୍ଡ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ତଦନ୍ତ ନିମନ୍ତେ ଯାଇ ପହଞ୍ଚିଥିଲେ । ଏଥିସହିତ ଏସି ଚୋରି ଯାଇଥିବା ମହାବିଦ୍ୟାଳୟର କନଫରେନ୍ସ ହଲ ବୁଲି ଦେଖିବା ସହିତ ତାର ପାରିପାଶ୍ୱର୍ିକ ଅବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏଥିସହିତ ଏସି ଚୋରି କରିଥିବା କଲେଜର କର୍ମଚାରୀ ତଥା ସଂପୃକ୍ତ ଇଲେକ୍ଟ୍ରିସିଆନ ଓ ଏସି କିଣିଥିବା କଲେଜର କର୍ମଚାରୀଙ୍କ ସମେତ ଅଧ୍ୟାପକଙ୍କୁ ପୋଲିସ ମୁଖ୍ୟାଳୟକୁ ପଚରାଉଚୁରା କରିବା ପାଇଁ ଡାକିଛନ୍ତି । 


Next Post

ଅସ୍ମିତା-ବିଚାର

Thu Jul 25 , 2024
କେନ୍ଦ୍ରାପଡ଼ା, ୨୪ା୭: ମୁଁ ଜାଣିଛି ଏହାକୁ କେହି ପଢ଼ିବେ ନାହିଁ କିମ୍ବା ପଢ଼ିଲେ ବୁଝିଲେ ସୁଦ୍ଧା କିଛି କରିପାରିବେ ନାହିଁ । କାରଣ ସେମାନଙ୍କର ସତ୍‌ସାହସ ନାହିଁ । ବର୍ତ୍ତମାନ ଓଡ଼ିଶାରେ ଅସ୍ମିତା ଏକ ସଙ୍କ୍ରାମକ ବ୍ୟାଧି ରୂପ ଧାରଣ କରିଛି । କେତେକ ତଥାକଥିତ ଶିକ୍ଷିତ ସାହିତ୍ୟିକ, ରାଜନୀତିକ, ସ୍ୱାର୍ଥପ୍ରେମୀ ଶାସକୀୟ ଅନୁଗ୍ରହ ଆଶାୟୀ ପଦପ୍ରତିଷ୍ଠାଲୋଭୀ ଯେଉଁ ମାନଙ୍କ ପାଖରେ ଅନୁଚର ବଳ, ଅର୍ଥ ବଳ, ଖବରକାଗଜ /ଗଣମାଧ୍ୟମ […]

KANIKA