କେନ୍ଦ୍ରାପଡ଼ା,୨୭ା୭: କେନ୍ଦ୍ରାପଡା ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକାର ବିଭାଗର ‘ବିଜ୍ଞାନମେଳା’ ଗତ ଜୁଲାଇ ମାସ ୨୭ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଓ ସହପ୍ରଧାନ ଆଚାର୍ଯ୍ୟ ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖଙ୍କ ଦ୍ୱାରା ଶିଶୁମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୫ଜଣ ଶିଶୁ ଭାଗ ନେଇଥିଲେ । ଶିଶୁବାଟିକା ବିଭାଗର ସମସ୍ତ ଗୁରୁଜୀ/ଗୁରୁମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଶିଶୁବାଟିକା ପ୍ରମୁଖ ଧନ୍ୟବାଦ ଜଣାଇଥିଲେ ।
kanikanews.in
Next Post
ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀକ୍ଷେତ୍ର ଶାଖା ଗଠନ ପାଇଁ ପ୍ରସ୍ତୁତି ବୈଠକ
Sat Jul 27 , 2024
କେନ୍ଦ୍ରାପଡ଼ା, ୨୭ା୭: ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶାଖା ସ୍ଥାପନର ଏକ ପ୍ରସ୍ତୁତି ବୈଠକ ସଂଯୋଜକ ପ୍ରମୋଦ କୁମାର ଧଳଙ୍କ ସଂଯୋଜନା ଏବଂ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାସଙ୍କ ସଭାପତିତ୍ୱରେ ଗୋପଛକସ୍ଥିତ କମଲଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଯୋଗଦେଇ ସଂଗଠନର ସଂରଚନା, ବିସ୍ତାର, ଉଦ୍ଦେଶ୍ୟ ଏବଂ ଉପଲବ୍ଧି ସମ୍ପର୍କରେ ସୂଚନା ଦେବା […]

You May Like
- 12 months ago
ବଳଦେବ ସେନା ପକ୍ଷରୁ ଶ୍ରୀବଳଦେବଜୀଉ ମନ୍ଦିର ନିକଟରେ ବିକ୍ଷୋଭ
- 2 years ago
ପଟ୍ଟାମୁଣ୍ଡାଇ କଲେଜରେ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା
- 2 years ago
दिहुदीपुर समितिसभय उप चुनाब फलाफल
- 2 weeks ago
ଫୋରଡ ବାୟା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳିତ