କେନ୍ଦ୍ରାପଡ଼ା, ୨୭ା୭:କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ କାନ୍ଥରେ ଏକ ଓସ୍ତଗଛ ଉଠିଛି । ସେହି ଗଛଟି ଧିରେ ଧିରେ ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ ସେହି ଓସ୍ତ ଗଛଟି ବଢି କାର୍ଯ୍ୟାଳୟର କାନ୍ଥକୁ ଫଠାଇ ଦେବା ସହିତ କାନ୍ଥ ଉପରେ ଥିବା ଛାତଟି ମଧ୍ୟ କ୍ଷତିଗ୍ରସ୍ତ ହେବ । ଫଳରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବେଳହୁଁ ସାବଧାନ ହୋଇ ସେହି ଗଛଟିକୁ କାଟି ଦେଲେ ଭବିଷ୍ୟତରେ ହେବାକୁ ଥିବା ବଡ ବଡ କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରିବ । କିନ୍ତୁ ଏସମ୍ପର୍କରେ କାର୍ଯ୍ୟାଳୟର କୈାଣସି କର୍ମଚାରୀ ଦୃଷ୍ଟି ନଦେବା ଓ କାର୍ଯ୍ୟାଳୟର ମୁଖ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟିକୁ ଏହା ନଆଣିବା ଘଟଣା ଭବିଷ୍ୟତ ପାଇଁ ବହୁତ ବଡ ବିପଦକୁ ଯେ ଟାଣି ଆଣିବ ତାହା କେହି ଭାବୁନାହାନ୍ତି । ଏହାଦ୍ୱାରା କେବଳ ଯେ ଧନଜୀବନର କ୍ଷୟକ୍ଷତି ହେବ ତା ନୁହେଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏତେବଡ କାର୍ଯ୍ୟଳୟଟି ଅଚିରେ ଭାଙ୍ଗି ଚୁରମାର ହେବା ସହ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଯିବ । ତେଣୁ ବେଳହୁଁ ସାବଧାନ ହୋଇ ତା’ର ପ୍ରତିକାର ସୂରୂପ ସେହି ଗଛଟିକୁ ତୁରନ୍ତ କାଟିଦେବା ଉଚିତ ହେବ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି ।
kanikanews.in
Next Post
ଓଡିଶା ଜୀବିକା ମିଶନରେ ଦୁର୍ନୀତ , ସୋମବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା
Sat Jul 27 , 2024
କେନ୍ଦ୍ରାପଡ଼ା, ୨୭ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିସନ ଓ ମିଶନଶକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିର ତଦନ୍ତ କରିବା ଦାବିରେ ଆସନ୍ତା ସୋମବାର ଠାରୁ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଜଣାଇଛନ୍ତି ଯେ ଜୀବିକା ମିଶନ ଓ ମିଶନଶକ୍ତିରେ କାର୍ଯ୍ୟରତ କୈଳାସ ଚନ୍ଦ୍ର ସେନାପତି ବହୁ ଦୁର୍ନୀତିରେ […]

You May Like
- 1 year ago
ଭାଜପା ପତିନିଧି ଦଳ ବିଡିଙ୍କ ସହ ଆଲୋଚନା
- 9 months ago
ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ମିନି ମାରାଥନ