ମଦନପୁର ମହାବୀର ହାଇସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର


 

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଂଚାୟତ ମଦନପୁର ମହାବୀର ହାଇସ୍କୁଲ ଠାରେ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଓ ଭୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁରୋଗ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ଦାସ ଏହି ଶିବିରରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଥିଲେ ବରିଷ୍ଠ ନାଗରିକ । ଏହା ବ୍ୟତୀତ ଚକ୍ଷୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଭୁୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ନିଆ ଯାଇଥିବା ସୂଚନା ମିଳିଛି । ଏହି ଶିବିରକୁ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଅଜିତ ବେହେରା, ଆଦିକନ୍ଦ କୁଣ୍ଡ, ପ୍ରଧାନ ଶିକ୍ଷକ ବିଜୟ ବେହେରା ସମେତ ଅନ୍ୟ ଛାତ୍ରୀଛାତ୍ର ମାନେ ପରିଚାଳନା କରିଥିଲେ ।


Next Post

କ୍ୟାନ୍ସର ପିଡୀତା ମହିଳାଙ୍କୁ ସହାୟତା

Sun Jul 28 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭାଜପା ସଭାପତି ସ୍ୱାଗତ କୁମାର ଦାଶଙ୍କ ତତ୍ୱାବଧାନରେ କର୍ମକର୍ତାମାନେ ସ୍ଥାନୀୟ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର କ୍ୟାନ୍ସର ପିଡୀତା ମହିଳା ସରସ୍ୱତୀ ବାୟୀଙ୍କୁ ସହାୟତା ଯୋଗାଇ ବା ସହ ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ବୋଲି କହିଥିଲେ । ତାଙ୍କ ସହିତ ବରିଷ୍ଠ ନେତା ସୋମନାଥ ସତପଥୀ, ଶୁଭେନ୍ଦୁ ଦାଶ, ରାକେଶ ନାୟକ, ପ୍ରସନ୍ନ ମହାକୁଡ, କୃଷ୍ଣଚନ୍ଦ୍ର କର […]

KANIKA