ମଦନପୁର ମହାବୀର ହାଇସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର


 

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଂଚାୟତ ମଦନପୁର ମହାବୀର ହାଇସ୍କୁଲ ଠାରେ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଓ ଭୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁରୋଗ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ଦାସ ଏହି ଶିବିରରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଥିଲେ ବରିଷ୍ଠ ନାଗରିକ । ଏହା ବ୍ୟତୀତ ଚକ୍ଷୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଭୁୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ନିଆ ଯାଇଥିବା ସୂଚନା ମିଳିଛି । ଏହି ଶିବିରକୁ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଅଜିତ ବେହେରା, ଆଦିକନ୍ଦ କୁଣ୍ଡ, ପ୍ରଧାନ ଶିକ୍ଷକ ବିଜୟ ବେହେରା ସମେତ ଅନ୍ୟ ଛାତ୍ରୀଛାତ୍ର ମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading