ରାଜଧାନୀରେ ଅଧା ବର୍ଷରେ ଆତ୍ମହତ୍ୟା କଲେଣି ୨୫୩ ଜଣ , ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ


ଭୁବନେଶ୍ୱର,୨୮/୦୭: ରାଜଧାନୀରେ ଗତ କିଛିଦିନ ହେଲା ପ୍ରେମ ପତାରଣା, ହେଉ ବା ପାରିବାରିକ କଳହ ହେଉ ଆତ୍ମହତ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ବିଶେଷକରି ମହିଳାଙ୍କ ଅପେକ୍ଷା ସହରରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି ।ପୋଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଧା ବର୍ଷରେ ଗଲାଣି ୨୫୩ ଜଣଙ୍କ ଜୀବନ । କିଏ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କିଏ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ବିଷ ପିଇ ଆତ୍ମହତ୍ୟା କରିବା ଠାରୁ ବେକରେ ରଶି କିମ୍ବା କପଡ଼ା ବାନ୍ଧି ଆତ୍ମହତ୍ୟା କରିବା ସଂଖ୍ୟା ଅଧିକ ରହିଛି । ୨୦୨୪ରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୨୫୩ ଜଣ ଆତ୍ମହତ୍ୟା କରିଥିଲେ । ୨୦୨୩ ଏହି ମାସ ପର୍ଯ୍ୟନ୍ତ ଆତ୍ମହତ୍ୟା ସଂଖ୍ୟା ୨୨୦ ରହିଥିଲା । ଗତ ୨ ବର୍ଷ ହେଲା ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ୨୦୨୩ ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୭୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ ଜୁଲାଇ ୨୬ ପର୍ଯ୍ୟନ୍ତ ୩୯ ଜଣ ଆତ୍ମହତ୍ୟା କଲେଣି । କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳରେ ୧୧ ଜଣ ଆତ୍ମହତ୍ୟା କରିଛନ୍ତି । ଧଉଳି ଥାନା ଅଞ୍ଚଳରେ ୩ ଜଣ ରହିଥିବା ବେଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ୬ଜଣ ରହିଥିବା ବେଳେ ଏୟାରପୋର୍ଟ ଅଞ୍ଚଳରେ ୫ଜଣ ଆତ୍ମହତ୍ୟା କରିଛନ୍ତି । ଜଟଣୀ ଥାନା ଅଞ୍ଚଳରେ ୭ ଜଣ ଆତ୍ମହତ୍ୟା କରିଥିବା ବେଳେ ତମାଣ୍ଡେରେ ୪ଜଣ । ଭରତପୁର ଥାନ ଅଞ୍ଚଳରେ ୩୧ ଜଣ, ଇନ୍‌ଫୋଭ୍ୟାଲି ୪ଜଣ ଆତ୍ମହତ୍ୟା କରିଛନ୍ତି । ବଡ଼ଗଡ଼ରେ ୭ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରେ ୯ ଜଣ, ବାଲିଅନ୍ତାରେ ୭ ଜଣ, ବାଲିପାଟଣା ୨ ଜଣ, ପାହାଳରେ ୭ ଜଣ, ନୂଆପଲ୍ଲୀରେ ୧୬ ଜଣ ଆତ୍ମହତ୍ୟା କଲେଣି । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୩୬ ଜଣ ଆତ୍ମହତ୍ୟା କରିଥିବା ବେଳେ ସହିଦନଗରରେ କେହି ଆତ୍ମହତ୍ୟା କରିନାହାନ୍ତି । ମୈତ୍ରୀବିହାରରେ ୯ଜଣ, ଚନ୍ଦକା ୬, ନନ୍ଦନକାନନ ଜଣେ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ୧୯ ଜଣ ଏବଂ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୪ ଜଣ ଆତ୍ମହତ୍ୟା କଲେଣି । ୨୦୨୩ରେ ରାଜଧାନୀରେ ୪୨୭ ଜଣ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ପୁଅଙ୍କ ସଂଖ୍ୟା ରହିଛି ୨୩୬ । ସେହିଭଳି ୨୦୨୪ ଜୁଲାଇ ୨୬ ସୁଧା ୨୫୩ ଜଣ କରିଥିବା ଆତ୍ମହତ୍ୟା ମଧ୍ୟରେ ୧୮୦ ଜଣ ପୁରୁଷ ଆତ୍ମହତ୍ୟା କଲେଣି ।ରାଜଧାନୀରେ ବର୍ତ୍ତମାନ ସମସ୍ତଙ୍କ ହାତରେ ୫-ଜି ମୋବାଇଲ୍ ଫୋନ୍ । ଯିଏ ଯେଉଁଠି ପାଇଲା ମୋବାଇଲ୍ ଧରି ବସିପଡ଼ିଲା । ଘରକୁ ଗଲେ ବାପା, ମାଆ ଏବଂ ପିଲା ମୋବାଇଲ୍ ବ୍ୟବହାର କରୁଛନ୍ତି । ଯେଉଁଥି ପାଇଁ କେହି କାହାରିକୁ ସମୟ ଦେଇ ପାରୁନାହାନ୍ତି । ଯଦି କିଛି ଦୁଃଖ ଆସେ କେହି କାହା ପାଖରେ କହୁ ନାହାନ୍ତି । ତେଣୁ ନିଜର ଦୁଃଖ କଥା ନିଜ ଭିତରେ ଚାପି ମାନସିକ ଭାରସ୍ୟାମ ହରାଇ ଏକାଧିକ ଯୁବକ ଆତ୍ମହତ୍ୟା କରୁଛନ୍ତି । ତେଣୁ ପୂର୍ବ ପିଢୀରେ ଯେପରି ପରିବାର ଲୋକ ପରସ୍ପର ସମୟ ଦେଉଥିଲେ ସେଭଳି ବର୍ତ୍ତମାନ ସମୟ ଦେବା ଆବଶ୍ୟକ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଜଣେ ନିଶା ପିଉଥିଲେ ଏହି ଅଭ୍ୟାସକୁ ରୋକିବା ପାଇଁ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି । ସେଠାରେ କିଛି ମାସ ନିଶାଡ଼ି ରହିବା ପରେ ସୁଧୁରି ଯାଉଛି ।


Discover more from

Subscribe now to keep reading and get access to the full archive.

Continue reading