ଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ଦ୍ୱିତୀୟ ଦିନରେ



କେନ୍ଦ୍ରାପଡ଼ା, ୩୦ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛିି । ସରକାରୀ ଯୋଜନାରେ ଆସୁଥିବା ଅନୁଦାନକୁ ଲୁଟ୍ କରିବାରେ ସାମିଲ ଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ବହିଷ୍କାର କରାଯିବା ଓ ମିଥ୍ୟା ତଥ୍ୟ ପ୍ରଦାନ ନିମନ୍ତେ ତାଙ୍କ ନାମରେ ମାମଲା ରୁଜୁ କରିବା, ୨୦୧୮ରୁ ଅଦ୍ୟାବଧି ମିଶନଶକ୍ତି ଓ ଓଡିଶା ଜୀବିକା ମିଶନକୁ ମିଳିଥିବା ପାଣ୍ଠିର ଖର୍ଚ୍ଚ ଉପରେ ସ୍ୱତନ୍ତ୍ର ଅଡିଟ୍ କରାଯିବା, ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନରେ ପଡି ରହିଥିବା ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ସମ୍ପର୍କିତ ଆବେଦନ ଗୁଡିକର ସମସ୍ତ ତଥ୍ୟ ପ୍ରଦାନ,ଦୁର୍ନୀତିରେ ସହଯୋଗୀ ସାଜିଥିବା ଏବଂ ତଥ୍ୟ ଲୁଚାଉଥିବା ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ପରିଷଦର ପୂର୍ବତନ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯିବା, ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ ବ୍ୟବହୃତ ହେଉଥିବା ଭଡାଗାଡି ଗୁଡିକର ସମସ୍ତ କାର୍ଯ୍ୟକଳାପ ଓ ଖର୍ଚ୍ଚର ଯାଞ୍ଚ କରାଯିବା, ଦୁଇବର୍ଷରୁ ଉର୍ଦ୍ଧ୍ୱ ରହିଥିବା ବ୍ଲକ ମହିଳା ମହାସଙ୍ଘ ଓ ଜିଲ୍ଲା ମହିଳା ମହାସଙ୍ଘର ନେତୃମଣ୍ଡଳୀ(ସଭାନେତ୍ରୀ, ସମ୍ପାଦିକା ଓ କୋଷାଧ୍ୟକ୍ଷ)ଙ୍କୁ ଆଇନ ଅନୁଯାୟୀ ବଦଳାଯାଇ ନୂତନ ନେତୃମଣ୍ଡଳୀ ଚୟନ କରାଯିବା, ଜିଲ୍ଲା ମହିଳା ମହାସଙ୍ଘ ଓ ବ୍ଲକ ମହିଳା ମହାସଙ୍ଘ ପ୍ରାପ୍ତ କରିଥିବା ସମସ୍ତ ସରକାରୀ ପାଣ୍ଠିର ସ୍ୱତନ୍ତ୍ର ଅଡିଟ କରାଯିବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଶନଶକ୍ତି ଅଧିନରେ କାର୍ଯ୍ୟକାରୀ ହେଉଥିବା ମିଶନଶକ୍ତି କାଫେରେ ଯେଉଁ ସ୍ୱୟଂ ସହାୟିକା ଗୋଷ୍ଠି ନିୟୋଜିତ ହୋଇଛନ୍ତି ସେହି ନିୟୋଜନ ପ୍ରକ୍ରୀୟାର ଯାଞ୍ଚକରାଯିବା ପ୍ରଭୃତି ଦାବି ନେଇ ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ପୂର୍ବରୁ ଏହି ଦୁର୍ନୀତି ସଂକ୍ରାନ୍ତରେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିଲେ ମଧ୍ୟ ତାହା ପ୍ରଦାନ କରାଯାଇନାହିଁ । ସମସ୍ତ ଦୁର୍ନୀତିର ତଦନ୍ତ ଦାବିରେ ଓସା ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରଦୀପ କୁମାର ଦାଶ, ବନମାଳି ମହାରଣା, ନିରଞ୍ଜନ ପରିଡା, ସୂର୍ଣ୍ଣପ୍ରଭା ପାତ୍ର, ବବିତା ମଲିକ, ମିଲି ମଲିକ, କୁନ୍ତଳା ପରିଡା, ବିଦ୍ୟୁଲତା ବେହେରା, ପାର୍ବତୀ ସାହୁ, ପ୍ରମିଳା ପ୍ରଧାନ, ମମତା ସ୍ୱାଇଁ, ସବିତା ନାୟକ, ରଶ୍ମିତା ଦାସ, ଗିତାଞ୍ଜଳୀ ସେଠୀ, ଝୁନୀ ସେଠୀ, ମଞ୍ଜୁଶ୍ରୀ, ଜ୍ୟୋସ୍ôନାମୟୀ ସେଠୀ, ସୋନାଲି ସେଠୀ, କ୍ରିଷ୍ଣା ବିଶ୍ୱାଳ, ସଂଯୁକ୍ତା ବିଶ୍ୱାଳ, ପଦ୍ମିନୀ ସେଠୀ, ହୁରମାତୁନ ନିଶା, ରମାକାନ୍ତ ମାହାଳି, ନମିତା ମଳିକ, ନଳିନୀ ବେହେରା, ନଗେନ୍ଦ୍ର ଜେନା, ଗାୟତ୍ରୀ ମଲିକ, ଶଶିପ୍ରଭା ପ୍ରଧାନ, ମଧୁସ୍ମିତା ରାଉତ, ପଦ୍ମିନୀ ସେଠୀ, ଶୁଭ୍ରଜିତ ବେହୁରା, ଅକ୍ରୁର ଚରଣ ପଲାଇ, ମାନସରଞ୍ଜନ ଆଚାର୍ଯ୍ୟ, ସୁମନ୍ତ ସେଠୀ, ନମିତା ନାୟକ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading