କିଡନୀ ରୋଗୀଙ୍କୁ ସହାୟତା


 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଠସାହି ଗ୍ରାମର ୨୧ ବର୍ଷର କୃତିବାଷ ସାହୁ ଗତ କିଛିଦିନ ହେବ ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି । କୃତିବାଷଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେସ୍ପ୍‌ାହରେ ଦୁଇ ଥର ଡାଇଲେସସ୍ କରିବାକୁ ଡାକ୍ତର କହିଛି । ହେଲେ ପରିବାର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ପୁଅର ଭଲ ଚିକିତ୍ସା କରିପାରୁନାହାନ୍ତି ପରିବାର ଲୋକେ । ଅନ୍ୟପକ୍ଷରେ ତାଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ କାର୍ଯ୍ୟ କରୁନଥିବା ବେଳେ ପୁଅର ଆରଗ୍ୟ ପାଇଁ ତାଙ୍କ ପାଖରେ ସେପରି ସମ୍ବଳ ନାହିଁ ବୋଲି ବାପା ନିରଞନ ସାହୁ କହିଛନ୍ତି । ଏହା ଜାଣି ବୁଧବାର ରାଜ୍ୟ ଖବରଦାତା ସଂଘ ପକ୍ଷରୁ ସଭାପତି ସୁଧାଶୁଂ ତ୍ରିପାଠୀଙ୍କ ତତ୍ୱାବଧାନରେ ଉପେନ୍ଦ୍ର ନାୟକ, ସଂଜୟ ପଣ୍ଡା, ସିସିର ସେନ, ଧିରେନ୍ଦ୍ର ମଲିକ ଓ ଅନ୍ୟ କର୍ମକର୍ତାମାନେ ସ୍ଥାନୀୟ ମଠସାହି ଗ୍ରାମରେ ପଂହଁଚି କୃତିବାଷଙ୍କ ମା ଙ୍କୁ କିଛି ଆର୍ôଥକ ସାହାଯ୍ୟ ପ୍ରଦାନ କରିଥିଲେ । ଏସୟୁଜେର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


Next Post

ଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ତୃତୀୟ ଦିନରେ

Wed Jul 31 , 2024
କେନ୍ଦ୍ରାପଡ଼ା, ୩୧ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ତୃତୀୟ ଦିନରେ ପହଞ୍ଚିଛିି । ଆଜି ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କୁ ବୁଝାଇବା ପରେ ଧାରଣାକାରୀଙ୍କ ଏଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର […]

You May Like