ଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ତୃତୀୟ ଦିନରେ


କେନ୍ଦ୍ରାପଡ଼ା, ୩୧ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ତୃତୀୟ ଦିନରେ ପହଞ୍ଚିଛିି । ଆଜି ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କୁ ବୁଝାଇବା ପରେ ଧାରଣାକାରୀଙ୍କ ଏଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ତୃତୀୟ ଦିନରେକ ପ୍ରତିନିଧିମଣ୍ଡଳ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଫିସ ପ୍ରକୋଷ୍ଠକୁ ଯାଇ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏହାପରେ ସେମାନେ ଜିଲ୍ଲାପାଳଙ୍କ ଅଫିସ ପ୍ରକୋଷ୍ଠକୁ ଯାଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସହ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ପ୍ରାୟ ୧୬ହଜାରରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠିର ୨ଲକ୍ଷ ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଆସୁଛନ୍ତି । କିନ୍ତୁ ସେସବୁର ଉପଯୁକ୍ତ ବିନିଯୋଗ ହେଉନାହିଁ । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ଶହେ କୋଟି ଟଙ୍କା ଜିଲ୍ଲାକୁ ଆସିଥିବା ବେଳେ ଓଡିଶା ଜୀବିକା ମିଶନ ଓ ମିଶନଶକ୍ତି ସେହି ଅର୍ଥର କୈାଣସି ବିନିଯୋଗ ତଥ୍ୟ ଦେଉନାହିଁ । ତେଣୁ ସେହି ଅନୁଦାନର ସିଂହ ଭାଗ ଅର୍ଥ ଆତ୍ମସାତ ହୋଇଥିବା ଓସା ଅଭିଯୋଗ କରିଛି । ଏହି ହରିଲୁଟ ବିରୋଧରେ ଓସା ପକ୍ଷରୁ ଗତ ସୋମବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଚାଲିଥିବା ବେଳେ ସେହି ବିଭାଗ ପକ୍ଷରୁ ମଙ୍ଗଳବାର ରାତିରେ ବାରୋସ୍ଥିତ ମିଶନଶକ୍ତି ଭବନରେ ଜାଲ ଭାଉଚର ପ୍ରସ୍ତୁତି ଚାଲିଥିବା ଖବର ପାଇ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ନିକିରାଇ ଥାନା ପୋଲିସ ସହ ସେଠାରେ ପହଞ୍ଚି ସମସ୍ତ କାଗଜପତ୍ର ଜବତ କରିଥିଲେ । ତେଣୁ ଜାଲ ବିଲ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରାଯିବା, ହରିଲୁଟକୁ ଲୁଚାଇବାକୁ ଜାଲ ଭାଉଚର ପ୍ରସ୍ତୁତି ପାଇଁ ଯେଉଁ ଯେଉଁ ଉପରିସ୍ତ ଅଧିକାରୀ ନିର୍ଦେଶ ଦେଇଥିଲେ ତାଙ୍କୁ ବହିଷ୍କାର ସହିତ ଘଟଣାର ସ୍ୱତନ୍ତ୍ର ଅଡିଟ କରାଯିବାକୁ ଓସା ଦାବି କରିଛି । ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଧାରଣା ସ୍ଥଗିତ ହେବକି ନାହିଁ ସେ ସମ୍ପର୍କରେ ଆସନ୍ତାକାଲି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଓସାର ଆବାହକ ପ୍ରତାପ ମହାନ୍ତି କହିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ପବିତ୍ର କୁମାର ପାଣି, ନୃସିଂହ ଦାସ, ଜୟଦେବ ସିଂ, ପ୍ରଦ୍ୟୁମ୍ନ ସ୍ୱାଇଁ, ରମାକାନ୍ତ ମାହାଳି, ବିନୟ କୁମାର ମଲିକ, ଆଇନଜୀବୀ ପ୍ରଦୀପ କୁମାର ଦାଶ, ମନୋରଞ୍ଜନ ଜେନା, ସନ୍ତୋଷ କୁମାର ବେହେରା, ବିଶ୍ୱଜିତ ସୁତାର, ଆକାଶ କୁମାର ଦାସ, ଗୟାଧର ଧଳ, ଅମିତ ଚାନ୍ଦ, ଦୁଷ୍ମନ୍ତ ଆଚାର୍ଯ୍ୟ, ନରୋତ୍ତମ ଦେବନାଥ, ମାଧବ ଅଧିକାରୀ,ସାଜିଦ ଖାନ, ପ୍ରଫୁଲ୍ଲ କୁମାର ଦାସ, ନଗେନ୍ଦ୍ର ଜେନା, ନିରଞ୍ଜନ ପରିଡା ଓ ଅମରବର ବିଶ୍ୱାଳ ପ୍ରମୁଖ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading