ପଟ୍ଟାମୁଣ୍ଡାଇ. ୧/୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ପୁର୍ବତନ ସରପଞ୍ଚ ସମାଜସେଵୀ ଅଧିକାରୀ ଶରତ ଚନ୍ଦ୍ର ଦାଶ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
[the_ad id=”11060″]
ଶିକ୍ଷାବିତ ରାଜକୁମାର ବିଶ୍ଵାଳଙ୍କ ପୌରହିତ୍ୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ,ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ,ପେଣ୍ଠପାଳ ସମିତ ସଭ୍ଯ ଶଶାଙ୍କ ଶେଖର ବିଶ୍ଵାଳ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ତରଡିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ,ସମାଜସେବୀ ଗଗନ ମହାଳିକ, ପୂର୍ବତନ ସମିତ ସଭ୍ଯ ଚନ୍ଦନ ସାହୁ, ପେଣ୍ଠପାଳ ସମବାୟ ସମିତି ସଭାପତି ଧନେଶ୍ଵର ପ୍ରଧାନ,କବି ନୃସିଂହ ରାଉତ ସାମାଜସେବୀ କୃତିବାସ ସାହୁ, ଶିକ୍ଷାବିତ୍ କାର୍ତ୍ତିକ ରାଉତ, ବସନ୍ତ କୁମାର ବିଶ୍ବାଳ, ନାରାୟଣ ବିଶ୍ୱାଳ ଧାନେଶ୍ୱରୀ ମଠର ମଠାଧୀଶ ପ୍ରଫୁଲ୍ଲ ପଣ୍ଡା,ନରେନ୍ଦ୍ର ଧଳ,ଅମରେନ୍ଦ୍ର ଦାଶ, ଗୋବର୍ଧନ ଦାଶ, ସୁଭେନ୍ଦ୍ର ଦାଶ, କମଳାକାନ୍ତ ପଣ୍ଡା ପ୍ରମୁଖ ଦିବଂଗତ ଅଧିକାରୀ ଶରତ ଚନ୍ଦ୍ର ଦାଶ ସରପଞ୍ଚ ଓ ସମାଜସେବୀ ଭାବେ ଅଳପୁଆ ପଂଚାୟତର ଉନ୍ନତି ଓ ଗରିବ ଲୋକଙ୍କୁ ସହାୟତା ସମ୍ପର୍କରେ ଆଲୋକପାତ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରିଶେଷରେ ଅଧିକାରୀ ଶରତ୍ ଚନ୍ଦ୍ର ଦାଶଙ୍କ ସୁ ପୁତ୍ର ପ୍ରଦୀପ କୁମାର ଦାଶ ଙ୍କୁ ଅଧିକାରୀ ପଦରେ ସମ୍ମାନିତ କରାଯାଇଥିଲା । ଶେଷରେ ଅମରେନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଦୀପକ ଦାଶ, ପ୍ରମୋଦ ଦାଶ, ଦୁଃଶାସନ ସାହୁ, ରାଜେନ୍ଦ୍ର ବିହାରୀ, ଉମାକାନ୍ତ ବିହାରୀ, ମଧୁସୂଦନ ଦାସ ପରିଚାଳନା କରିଥିଲେ।