କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ



କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ରବିବାର ସକାଳ ୧୦ ଘଟିକା ସମୟରେ ଗରା ପୁର୍ ଡାକ ବଙ୍ଗଳା ଠାରେ ଜିଲ୍ଳା ସଭାପତି ମିହିର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ମାଲିକ ମାନଙ୍କର ପ୍ରତିବର୍ଷ ମନଇଚ୍ଛା ଦର ବୃଦ୍ଧି, ଯାତ୍ରା ପରିବେଷଣ ସମୟରେ ଡିଜେଲ, ଜାଳେଣି କାଠ, କଳାକାର ମାନଙ୍କର ରହିବା ପାଇଁ ମନପସନ୍ଦର ଘର ଇତ୍ୟାଦି ୧୧ ଦଫା ଦାବି ସମ୍ୱନ୍ଧରେ ବିଷଦ ଭାବେ ଆଲୋଚନା କରାଗଲା, ଉକ୍ତ ଦାବି ଗୁଡିକୁ ଡାକ ଯୋଗେ ପ୍ରତ୍ୟେକ ମାଲିକ ମାନଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସଭାପତି ସୂଚନା ଦେଇଥିଲେ । ଯଦି ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଆଲୋଚନା ପାଇଁ କିଛି ପ୍ରସ୍ତାବ ମାଲିକ ଙ୍କ ନିକଟ ରୁ ନ ଆସେ ତାହାହେଲେ, ଆସନ୍ତା ଜୁଲାଇ ୨୦୨୫ ମସିହା ଠାରୁ ଜିଲ୍ଳା ରେ ଯାତ୍ରା ପରିବେଷଣ କରାଯିବ ନାହିଁ । ସେଥିପାଇଁ ଉପବିଧି କୁ ଅନୁମୋଦନ କରାଗଲା । ଆଜିର ବୈଠକରେ ଜିଲ୍ଲା ସମ୍ପାଦକ ବୈକୁଣ୍ଠନାଥ ପରିଡା, ଉପ ସଭାପତି ମହେଶ୍ୱର ସେଠୀ, ସଂଗ୍ରାମ କେଶରୀ ମହାପାତ୍ର, ସହ ସମ୍ପାଦକ ଜ୍ଞାନ ରଞ୍ଜନ ରାୟ, ନିହାର କାନ୍ତ ରାଉତ ଉପଦେଷ୍ଟା ଉପାଧକ୍ଷ ଶ୍ରୀନିବାସ ଓଝା କୋଷାଧକ୍ଷ ଗଣେଶ ପଟ୍ଟନାୟକ, ସଂଯୋଯକ ସମୀର କାନ୍ତ ବାରିକ, ସହ ସଂଯୋଜକ ଦୀପକ କୁମାର ମହାନ୍ତି, କେନ୍ଦ୍ରାପଡା ବ୍ଲକ୍ ର ସଭାପତି ଗଜେନ୍ଦ୍ର ମହାନ୍ତି, ସମ୍ପାଦକ ଜିତେନ୍ଦ୍ର କୁମାର ଜେନା, ଡେରାବିଶ ବ୍ଲକ ସଭାପତି ବିଜୟ କୁମାର ସାମଲ, ସମ୍ପାଦକ ଲକ୍ଷ୍ମୀ କାନ୍ତ ମହାନ୍ତି, ମାର୍ଶାଘାଇ ବ୍ଲକ ରବିନ୍ଦ୍ର ଦାସ, ସମ୍ପାଦକ ଜ୍ଞାନେନ୍ଦ୍ର ପରିଡା , ଗରଦପୁର ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମଲ୍ଲିକ, ସମ୍ପାଦକ ଗିରୀଶ ଚନ୍ଦ୍ର କର, ମହାକାଳ ପଡା ସଭାପତି ବୀରେନ୍ ଦାସ, ରାଜ ନଗର ସଭାପତି ବିଭୂତି ଭୂଷଣ ନାୟକ ସମ୍ପାଦକ ଶରତ କୁମାର ଦାସ, ରାଜ କନିକା ବ୍ଳକ ତ୍ରିଲୋଚନ ବିଶ୍ୱାଳ ସମ୍ପାଦକ ଶରତ ଚନ୍ଦ୍ର ଦଳାଇ ଆଳି ବ୍ଲକର ସଭାପତି ସନାତନ ମିଶ୍ର, ସମ୍ପାଦକ ବିରେନ୍ଦ୍ର କୁମାର ପଣ୍ଡା ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ପତିତପାବନ ଭଦ୍ର, ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ, ଜିଲ୍ଲା ପରିଚାଳନା ପରିଷଦ ସଦସ୍ୟ ବସନ୍ତ ହାତୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଓ ବ୍ଳକ କୁ କିପରି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ କରିବା ପାଇଁ ଏକ ଉପବିଧି ପ୍ରସ୍ତୁତ କରାଯାଇ ଜିଲ୍ଲା ସଭପତି ଙ୍କ ଦ୍ୱାରା ସଭା ସାଙ୍ଗ କରାଗଲା ।


Discover more from

Subscribe now to keep reading and get access to the full archive.

Continue reading