ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଜିଲ୍ଲା ଶାଖା ପକ୍ଷରୁ ସତ୍ୟାଗ୍ରହ



କେନ୍ଦ୍ରାପଡ଼ା,୧୨ା୮: ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ସର୍ବୋଦୟ ସାଧନା କେନ୍ଦ୍ରକୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଜୋରଜବରଦସ୍ତ ବୁଲଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇଦେବା ସହ ସେଠାରେ ଥିବା ଗାନ୍ଧୀ-ସର୍ବୋଦୟ ପ୍ରକାଶନ ସଂସ୍ଥା ଓ ହଜାର ହଜାର ଦୁର୍ଲଭ ପୁସ୍ତକକୁ ନଷ୍ଟ କରିଦେବା ପରି କୁଖ୍ୟାତ କାର୍ଯ୍ୟର ପ୍ରଥମ ବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର୍ି ସମ୍ମୁଖରେ ଧ୍ୟାନ ଆକର୍ଷଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ଆୟୋଜିତ ଏହି ଗଣ ସତ୍ୟାଗ୍ରହରେ ଯୋଗଦେଇ ଥିବା ସତ୍ୟାଗ୍ରହୀଙ୍କୁ ସମ୍ବୋଧିତ କରି ସମ୍ପାଦକ ଆଦିକନ୍ଦ ରାଉଳ ବର୍ତ୍ତମାନ ସମୟରେ ଗାନ୍ଧୀ-ସର୍ବୋଦୟ ବିଚାର ଓ ଐତିହ୍ୟକୁ ଜନମାନସରେ ବିଭ୍ରାନ୍ତ ଓ ମଳିନ କରିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଏ ପ୍ରକାର ହୀନ ଉଦ୍ୟମକୁ ଘୋର ନିନ୍ଦା କରିବା ସହ ଏହାକୁ ପଣ୍ଡ କରିବା ପ୍ରତ୍ୟେକ ଦେଶପ୍ରେମୀ ଲୋକଙ୍କର ପ୍ରାଥମିକ କର୍ତ୍ତବ୍ୟ ବୋଲି ଅଭିହିତ କରିଥିଲେ। ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟିର କୋଷାଧ୍ୟକ୍ଷ ମୁକ୍ତାର ଖାଁ, ସ୍ୱାଧୀନତା ସଂଗ୍ରାମୀ ଦାୟାଦ ରବୀନ୍ଦ୍ର ପ୍ରସାଦ ଜେନା, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ସଞ୍ଜୟ ଜେନା, ଶରତ ରାଉତ, ଗୟାଧର ଧଳ, ନିରଞ୍ଜନ ପରିଡ଼ା, ମହେନ୍ଦ୍ର ପଟ୍ଟନାୟକ, ସୟଦ ମୁକ୍ତାର ଅଲ୍ଲୀ, ଅଞ୍ଜୁମ ଖାନ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading