
କେନ୍ଦ୍ରାପଡ଼ା,୧୩ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ପଞ୍ଚାୟତ ହାଇସ୍କୁଲ ବାରିମୂଳଠାରେ ଜିଲ୍ଲା ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମନ୍ୱୟ ସମିତି ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶିକ୍ଷକ କର୍ମଚାରୀମାନଙ୍କର ବିବିଧ ସମସ୍ୟାକୁ ନେଇ ୫ ଦଫା ସମ୍ବଳିତ ଦାବି ଉପସ୍ଥାପନ କରିଥିଲେ । ବୈଠକରେ ଆଲେଷ୍କାର ସଭାପତି ଦୟାନିଧି ସ୍ୱାଇଁ, ସମ୍ପାଦକ ତୁଷାରକାନ୍ତ ସ୍ୱାଇଁ, ରାଜ୍ୟ ଓଷ୍ଟା ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ ସଭାପତି ସୁରେନ୍ଦ୍ର କୁମାର ପଢିହାରୀ, ସମ୍ପାଦକ ଭାଗବତ ମୁଦୁଲି, ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ପାଣି, ମଦ୍ରାସା ଶିକ୍ଷକ ସଂଘ ସମ୍ପାଦକ ଶେଖ୍ ଦିୱାନ, ସଂସ୍କୃତ ଟୋଲ ସଂଘ ଜିଲ୍ଲା ବରିଷ୍ଠ ନେତା ଦୋଳଗୋବିନ୍ଦ ପଣ୍ଡା, ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହୁରା ପ୍ରମୁଖ ଶିକ୍ଷକ ନେତାମାନେ ବୈଠକରେ ଉପସ୍ଥିତ ଶତାଧିକ ଶିକ୍ଷକ କର୍ମଚାରୀମାନଙ୍କୁ ଆସନ୍ତା ଅଗଷ୍ଟ ୧୬ ତାରିଖ ଦାବି ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଉପସ୍ଥିତ ରହି ପାଞ୍ଚ ଦଫା ଦାବି ସମୂହକୁ ହାସଲ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଷ୍ଟାର ବରିଷ୍ଠ ନେତା ଅଶୋକ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ଭଗବାନ ସାହୁ, ଦିଲ୍ଲୀପ କୁମାର ରାଉତ, ନାରାୟଣ ପଣ୍ଡା, ନନ୍ଦକିଶୋର ନାୟକ, ଗଙ୍ଗାଧର ଦାସ, ସରୋଜ କୁମାର ପାଇଟାଳ, ସୁରେଶ ଚନ୍ଦ୍ର ସ୍ୱାଇଁ, ପ୍ରିୟରଞ୍ଜନ ବିଶ୍ୱାଳ, ରାଜକିଶୋର ନାୟକ, ଅତୁଲ୍ୟ କୁମାର ରଥ, ତପନ କୁମାର ଦାଶ, ଜ୍ୟୋତିର୍ମୟୀ ଦାସ, ସନାତନ ସ୍ୱାଇଁ, ଏମଡି ଜାହାଙ୍ଗୀର, ନିରାକାର ସାମଲ, ଅରୁଣ କୁମାର ପଣ୍ଡା, ଜାନକୀ ପଢିହାରୀ, ସୁବାସ ଖୁଣ୍ଟିଆ, ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଶିକ୍ଷକ, କର୍ମଚାରୀମାନଙ୍କୁ ଅଗଷ୍ଟ ୧୬ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ପାଞ୍ଚ ଦଫା ସମ୍ବଳିତ ଦାବିଗୁଡିକ ହେଉଛି, ଅନୁଦାନରୁ ବଞ୍ଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷିକା ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନ୍ସନ ପ୍ରଦାନ, ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ନୂତନ ପେନ୍ସନ ଯୋଜନା ବଦଳରେ ପୁରୁଣା ପେନ୍ସନ ବ୍ୟବସ୍ଥା ପ୍ରଦାନ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରକରଣ କରିବା ସହ ନୂତନ ଅନୁଦାନପ୍ରାପ୍ତ ଓ ପୂନ୍ର୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ, କର୍ମଚାରୀ ପଦବୀ ପୂରଣ ପ୍ରଭୃତି ।










