ପୁଣି ଲଜ୍ୟା : ୮ ବର୍ଷ ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଛାଡିଦେବାକୁ କହି ଚକୋଲେଟ୍ ଲୋଭ ଦେଖାଇ ଜଣେ ୮ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟା ସହ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତିି କରାଯାଇଛି। ଉକ୍ତ ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି।
ସୂଚନାଅନୁସାରେ, ଶିଶୁ କନ୍ୟା ଜଣଙ୍କ ପଟ୍ଟାମୁଣ୍ଡାଇ ଅଂଚଳରେ ତାଙ୍କ ମାମୁଁ ଘରେ ରହି ପାଠ ପଢନ୍ତି । ଗତ ରବିବାର ସାଙ୍ଗ ପିଲାମାନଙ୍କ ସହିତ ଠିଆ ହୋଇ ବୋଲବମ ଦେଖୂଥିଲେ । ତେବେ ଏହି ସମୟରେ ଅଟୋ ଚାଳକ ପ୍ରତାପ ମଳିକ ଶିଶୁ କନ୍ୟାଙ୍କୁ ଘରେ ଛାଡିଦେବାକୁ କହି ଚକଲେଟ ପ୍ରଲଭନ ଦେଖାଇ ଅଟୋରେ ବସାଇ ଥିଲେ । କିନ୍ତୁ ନାବାଳିକାଙ୍କୁ ତାଙ୍କ ମାମୁଁ ଘର ବଦଳରେ ନିଜଘରକୁ ନେଇ ଜୋର ଜବରଦସ୍ତ ବଳାତ୍କାର କରିଥିଲା। ପୀଡ଼ିତା ଅସହ୍ୟ ଯନ୍ତ୍ରଣା ସହି ନ ପାରି ମାମୁ ଘରେ ନିଜ ଆଈଙ୍କ ଆଗରେ ସମସ୍ତ କଥା କହିଥିଲେ। ଏହା ପରେ ଶିଶୁ କନ୍ୟାଙ୍କ ମାଆ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ କେସ ନଂ-୩୯୭/ ୨୦୨୪ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କେନ୍ଦ୍ରାପଡ଼ା ପୋସ୍କୋ କୋର୍ଟକୁ ଚାଲଣ କରାଯାଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇରେ ଚର୍ଚ୍ଚାର ବିଷୟ୍ ପାଲଟିଛି।


Discover more from

Subscribe now to keep reading and get access to the full archive.

Continue reading