ଯୁବକକୁ ନଦୀକୁ ଠେଲି ଦେଇଥିବା ସନ୍ଦେହ, ଖୋଜୁଛି ଅଗ୍ନିଶମ ବିଭାଗ


କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଲି ଦେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ନଦୀରେ ନିଖୋଜ ହୋଇଯାଇଥିବାବେଳେ ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ଘଟଣାରକୁ ନେଇ  ନିକିରାଇ ଥାନାରେ ଅଭିଯୋଗ ପରେ ପୋଲିସ ନଦୀ କୂଳରେ ପହଞ୍ଚି ତଦନ୍ତ କରିଛି। ପୋଲିସ ଅଗ୍ନିଶମ ବିଭାଗକୁ ଜଣାଇବାରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରୂପା ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା।  ଖବର ହସ୍ତଗତ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କୃଷ୍ଣନଗର ଗ୍ରାମର କେତେକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିକିରାଇ ଗ୍ରାମର ଦିଜ ମଲ୍ଲିକଙ୍କ ପୁଅ ମଣ୍ଟୁ ମଲ୍ଲିକ (୩୬)ଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ତାଙ୍କୁ ମାଡ ମାରି ବିରୁପା ନଦୀକୁ ଠେଲି ଦେଇଛନ୍ତି ବୋଲି ମଣ୍ଟୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ  ନିକିରାଇ ଥାନା ପୋଲିସ ନଦୀ କୂଳରେ ପହଞ୍ଚି ତଦନ୍ତ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରୂପା ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ପୋଲିସର ତଦନ୍ତ ବେଳେ ନିକଟରେ ଥିବା ଦୋକାନରେ ସିସିଟିଭି ଲାଗିଛି ।  ସିସିଟିଭି ଯାଞ୍ଚ ରେ ୪ ଜଣ ଯୁବକ ଆକ୍ରମଣ କରି ଜଣେଙ୍କୁ ନଦୀକୁ ଫିଙ୍ଗି ଦେଉଛନ୍ତି। ଏହି ଫୁଟେଜକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ।  ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading