ଯୁବକକୁ ନଦୀକୁ ଠେଲି ଦେଇଥିବା ସନ୍ଦେହ, ଖୋଜୁଛି ଅଗ୍ନିଶମ ବିଭାଗ


କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଲି ଦେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ନଦୀରେ ନିଖୋଜ ହୋଇଯାଇଥିବାବେଳେ ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ଘଟଣାରକୁ ନେଇ  ନିକିରାଇ ଥାନାରେ ଅଭିଯୋଗ ପରେ ପୋଲିସ ନଦୀ କୂଳରେ ପହଞ୍ଚି ତଦନ୍ତ କରିଛି। ପୋଲିସ ଅଗ୍ନିଶମ ବିଭାଗକୁ ଜଣାଇବାରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରୂପା ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା।  ଖବର ହସ୍ତଗତ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କୃଷ୍ଣନଗର ଗ୍ରାମର କେତେକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିକିରାଇ ଗ୍ରାମର ଦିଜ ମଲ୍ଲିକଙ୍କ ପୁଅ ମଣ୍ଟୁ ମଲ୍ଲିକ (୩୬)ଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ତାଙ୍କୁ ମାଡ ମାରି ବିରୁପା ନଦୀକୁ ଠେଲି ଦେଇଛନ୍ତି ବୋଲି ମଣ୍ଟୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ  ନିକିରାଇ ଥାନା ପୋଲିସ ନଦୀ କୂଳରେ ପହଞ୍ଚି ତଦନ୍ତ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରୂପା ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ପୋଲିସର ତଦନ୍ତ ବେଳେ ନିକଟରେ ଥିବା ଦୋକାନରେ ସିସିଟିଭି ଲାଗିଛି ।  ସିସିଟିଭି ଯାଞ୍ଚ ରେ ୪ ଜଣ ଯୁବକ ଆକ୍ରମଣ କରି ଜଣେଙ୍କୁ ନଦୀକୁ ଫିଙ୍ଗି ଦେଉଛନ୍ତି। ଏହି ଫୁଟେଜକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ।  ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି ।


Next Post

କେନ୍ଦ୍ରାପଡା ଓରମାସ ପକ୍ଷରୁ ରାକ୍ଷୀ ଷ୍ଟଲ ଉଦ୍‌ଘାଟିତ

Thu Aug 15 , 2024
କେନ୍ଦ୍ରାପଡ଼ା,୧୪ା୮: କେନ୍ଦ୍ରାପଡା ଓରମାସ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ମୁଖ୍ୟ ଶାଖା ସମ୍ମୁଖରେ ହୋଇଥିବା ରାକ୍ଷୀ ଷ୍ଟଲକୁ ବୁଧବାର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଓରମାସର ନିର୍ବାହୀ ଅଧିକାରୀ ନିରୋଦ କୁମାର […]

KANIKA