ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ


କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁଲାଗି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି।ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି। ତେବେ ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭା ଯାଇଥିବା ସୁଚନା । ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


Next Post

ଗ୍ୟାସ୍‌ଟାଙ୍କି ବିସ୍ଫୋରଣରେ ଘରେ ଲାଗିଲା ନିଆଁ , ଜଳିଗଲେ ଭଉଣୀଭାଇ

Thu Aug 15 , 2024
ସ୍ୱାଧିନତା ଦିବସରେ ଅପେକ୍ଷା କରିଥିଲା ମୃତ୍ୟୁ। ସ୍କୁଲରେ ପ୍ୟାରେଡ ସାରି ଘରକୁ ପାହଁଚିବା ପରେ ଘରେ ହଟାତ ଗ୍ୟାସ୍‌ଟାଙ୍କି ବିସ୍ଫୋରଣ ହେଲା । କିଛି ବୁଝିବା ଆଗରୁ ପୁରା ଘର ଜଳି ବାକୁ ଲାଗିଲା । ନିଆଁର ପ୍ରଖର ଧାସରେ ଭଉଣୀ-ଭାଇ ଘରୁ ବାହାରି ପାରିଲେନାହିଁ । ଗ୍ରାମବାସୀ, ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କଲେ । କିନ୍ତୁ ସେତେବେଳକୁ ଘର ସହ ଦୁଇ ନିଷ୍ପାପ ଜୀବନ ଆଉ ନଥିଲା। […]

KANIKA