ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ


କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁଲାଗି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି।ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି। ତେବେ ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭା ଯାଇଥିବା ସୁଚନା । ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


Discover more from

Subscribe now to keep reading and get access to the full archive.

Continue reading