ଭେଙ୍କଟେଶ୍ୱର ସ୍କୁଲ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା ନିଶା ବର୍ଜନ ବାର୍ତା



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ କୁମାର ସାହୁଙ୍କ ନେତୃତ୍ୱରେ ଶିକ୍ଷୟତ୍ରୀ ତପସ୍ୱିନୀ ପ୍ରଧାନ, ସୌମ୍ୟା ପ୍ରିୟଦର୍ଶନୀ ଲେଙ୍କା ଜ୍ୟୋତ୍ସ୍ନାବାଳା,ସ୍ଵାତିପ୍ରଭା ଜେନା ରାକେଶ ସୂତାର, ବୀରସେନ ଜେନା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀ ପଟ୍ଟାମୁଣ୍ଡାଇ କୋର୍ଟ, ବ୍ଲକ, ତହସିଲ, ଥାନା, ପୌର ପରିଷଦ କାର୍ଯ୍ୟାଳୟ, ଟ୍ରେଜେରୀ, ପୋଷ୍ଟ ଅଫିସ ଆଦି ବିଭିନ୍ନ ଅଫିସ ଦପ୍ତର ଓ ଅନୁଷ୍ଠାନରେ ପହଂଚି ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା, ନିଶା ବର୍ଜନ କରି ସୁସ୍ଥ ସମାଜ ଓ ପରିବାର ଗଠନ କରିବା ସର୍ବୋପରି ଦେଶପ୍ରେମୀ ଭାବେ ସୁଦୃଢ ଭାରତବର୍ଷ ଗଠନ କରିବା ଦିଗରେ ଶପଥ ନେବା ପାଇଁ ବାର୍ତା ପ୍ରଦାନ କରି ବ୍ୟାପକ ଜନସଚେତନତା ସୃଷ୍ଟି କରିଥିଲେ ।  ଭେଙ୍କଟେଶ୍ୱର ସ୍କୁଲର ଏହି ଅଭିନଵ ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । 


Next Post

କେନ୍ଦ୍ରାପଡା କଲେଜକୁ ସରକାରୀ ମାନ୍ୟତା ଦାବି

Sat Aug 17 , 2024
କେନ୍ଦ୍ରାପଡା,୧୭ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ […]

KANIKA