ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ : ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ , ରାଜସ୍ୱ ମନ୍ତ୍ରୀ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ୧୯୫୧ରେ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମାପୁନଃ ନିର୍ଧାରଣରେ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ( ସଂ ) ନିର୍ବାଚନ ମଣ୍ଡଳୀ ନିଜର ସତା ହରାଇ ବସିଲା । ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ବହୁ ଗୌରବରେ ଗୌରବାନ୍ୱିତ ପଟ୍ଟାମୁଣ୍ଡାଇର ସ୍ୱାର୍ଥ ସମ୍ମାନ ଓ ସ୍ୱାଭିମାନର ପୁନଃ ପ୍ରତିଷ୍ଠା କରିବା ସମସ୍ତ ପଟ୍ଟାମୁଣ୍ଡାଇବାସୀଙ୍କ ଏକ ଆହ୍ୱାନ ଭାବେ ଦେଖାଦେଲା । ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ନେଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ସମୟରେ ଆନ୍ଦୋଳନ, ଅନଶନ, ଧାରଣା, ପ୍ରତିବାଦ ସଭା ଜାରି ରଖିଆସିଛି । ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଗତ ସରକାର ସମୟରେ ଅନୁଷ୍ଠିତ ବିଧାନସଭା ଅଧିବେଶନରେ ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ବାରମ୍ବାର ଉଥାପନ କରିବା ପରେ ତତ୍କାଳୀନ ରାଜସ୍ୱମନ୍ତ୍ରୀ ଏହା ବିଚରାଧୀନ ଥିବା ସୂଚନା ଦେଇଥିଲେ । ସରକାର ପରିବର୍ତନ ହୋଇ ନୂତନ ସରକାର ପ୍ରତିଷ୍ଠା ହେବା ପରେ ଚଳିତ ବିଧାନସଭା ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୁନର୍ବାର ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ ଉତଥାପନ କରିଛନ୍ତି । ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ କେବେ ଘୋଷଣା କରାଯିବ ବୋଲି ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସମ୍ପ୍ରତି ରାଜ୍ୟରେ ୫୮ଟି ରାଜସ୍ୱ ସବଡିଭିଜନ ରହିଛି । ପଟ୍ଟାମୁଣ୍ଡାଇ ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ରାଜସ୍ୱ ସବଡ଼ିଭିଜନ ଘୋଷଣା ଦାବୀ ସରକାରଙ୍କ ହସ୍ତଗତ ହୋଇଛି । ଉପଯୁକ୍ତ ସମୟରେ ସରକାର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଦାବୀ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading