ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ : ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ , ରାଜସ୍ୱ ମନ୍ତ୍ରୀ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ୧୯୫୧ରେ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମାପୁନଃ ନିର୍ଧାରଣରେ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ( ସଂ ) ନିର୍ବାଚନ ମଣ୍ଡଳୀ ନିଜର ସତା ହରାଇ ବସିଲା । ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ବହୁ ଗୌରବରେ ଗୌରବାନ୍ୱିତ ପଟ୍ଟାମୁଣ୍ଡାଇର ସ୍ୱାର୍ଥ ସମ୍ମାନ ଓ ସ୍ୱାଭିମାନର ପୁନଃ ପ୍ରତିଷ୍ଠା କରିବା ସମସ୍ତ ପଟ୍ଟାମୁଣ୍ଡାଇବାସୀଙ୍କ ଏକ ଆହ୍ୱାନ ଭାବେ ଦେଖାଦେଲା । ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ନେଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ସମୟରେ ଆନ୍ଦୋଳନ, ଅନଶନ, ଧାରଣା, ପ୍ରତିବାଦ ସଭା ଜାରି ରଖିଆସିଛି । ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଗତ ସରକାର ସମୟରେ ଅନୁଷ୍ଠିତ ବିଧାନସଭା ଅଧିବେଶନରେ ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ବାରମ୍ବାର ଉଥାପନ କରିବା ପରେ ତତ୍କାଳୀନ ରାଜସ୍ୱମନ୍ତ୍ରୀ ଏହା ବିଚରାଧୀନ ଥିବା ସୂଚନା ଦେଇଥିଲେ । ସରକାର ପରିବର୍ତନ ହୋଇ ନୂତନ ସରକାର ପ୍ରତିଷ୍ଠା ହେବା ପରେ ଚଳିତ ବିଧାନସଭା ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୁନର୍ବାର ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ ଉତଥାପନ କରିଛନ୍ତି । ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ କେବେ ଘୋଷଣା କରାଯିବ ବୋଲି ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସମ୍ପ୍ରତି ରାଜ୍ୟରେ ୫୮ଟି ରାଜସ୍ୱ ସବଡିଭିଜନ ରହିଛି । ପଟ୍ଟାମୁଣ୍ଡାଇ ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ରାଜସ୍ୱ ସବଡ଼ିଭିଜନ ଘୋଷଣା ଦାବୀ ସରକାରଙ୍କ ହସ୍ତଗତ ହୋଇଛି । ଉପଯୁକ୍ତ ସମୟରେ ସରକାର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଦାବୀ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି ।


Next Post

ସ୍ୱାୟତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ

Thu Aug 29 , 2024
କେନ୍ଦ୍ରାପଡ଼ା, ୨୯ା୮: ସ୍ୱାୟତ ଶାସନ ଦିବସଆସନ୍ତା ୩୧ତାରିଖରେ କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କମଧ୍ୟରେକେନ୍ଦ୍ରାପଡ଼ା ଟାଉନ ହଲଠାରେ ଗତ ୨୬ ତାରିଖରୁ୨୮ତାରିଖ ପର୍ଯ୍ୟନ୍ତବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ ବିଭାଗରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁଙ୍କ ଉପସ୍ଥିତି ଓ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗୀତା ସମ୍ପର୍ଣ୍ଣ ହୋଇଯାଇଛି । […]

KANIKA