କୃଷକନେତାଙ୍କ ସ୍ମୃତି ସଭା ଓ ଭଜନ ସମାରୋହ



ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡଗରା ଗ୍ରାମର ବିଶିଷ୍ଟ କୃଷକନେତା ରାଜକିଶୋର ପ୍ରଧାନଙ୍କ ବଜ୍ରାଘାତରେ ଅକାଳ ବିୟୋଗ ପରେ ତାଙ୍କ ଏକାଦଶାହରେ ସ୍ମୃତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବସମାଜସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ସମାଜସେବା ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଧୃବ ଅନ୍ନପୂର୍ଣ୍ଣା କଳା ପରିଷଦ ପକ୍ଷରୁ ଆୟୋଜିତ ଭଜନ ସମାରୋହରେ ସଂଗୀତ ଗୁରୁ ରାଜେନ୍ଦ୍ର ସାଇଁ, ବିଶିଷ୍ଟ କଣ୍ଠଶିଳ୍ପୀ ମାନଗୋବିନ୍ଦ ସ୍ୱାଇଁ,ସୁରେଖା ରାଉତ, ସୁରତ ବିଶ୍ୱାସ, ଶୁଭଲକ୍ଷ୍ମୀ ନାୟକ, ଅଞ୍ଜଳି ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ପ୍ରଧାନ ସୁକାନ୍ତି ପ୍ରଧାନ ,ମିନତୀ ପାତ୍ର, ରଞ୍ଜନ ମହାନ୍ତି ରବି ପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ସୁବାସ ରାଉତ,ଚନ୍ଦ୍ରକାନ୍ତ ପ୍ରଧାନ, ବିଦ୍ୟୁତ ପଧାନ, ଅରକ୍ଷିତ, ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଦାମୋଦରପାଟଣାରେ ନନ୍ଦ ଉତ୍ସବ

Fri Aug 30 , 2024
ପଟ୍ଟାମୁଣ୍ଡାଇ ତା ୨୯/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ନଂ ଜୋନ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ଦାସ ,ଯୁବସମାଜସେବୀ ସୁକାନ୍ତ ରାଉତ,ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ପୂର୍ବତନ ସରପଞ୍ଚ କିଶୋର ବେହେରା ଓ ରମେଶ […]

KANIKA