
କେନ୍ଦ୍ରାପଡ଼ା,୬ା୯:ପବିତ୍ର ଗୁରୁ ଦିବସ ଅବସରରେ କେନ୍ଦ୍ରାପଡ଼ା ସହରସ୍ଥ ପୁରାତନ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭାରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା କର, କ୍ଷଣପ୍ରଭା ପତି ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚର୍ନା କରିଥିଲେ। ପରେ ପରେ ବିଦ୍ୟାର୍ଥୀମାନେ ଗୁରୁମାମାନଙ୍କୁ ପୂଜା କରିଥିଲେ। ଗୁରୁମାମାନେ ସେମାନଙ୍କୁ ଆଶୀର୍ବାଦ ଦେଇ ଗୁରୁ ଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।











