ଜହଙ୍ଗର ପ୍ରାଥମିକ ବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଗୁରୁ ପୂଜନ



କେନ୍ଦ୍ରାପଡ଼ା,୬ା୯: ଡ଼େରାବିଶ ବ୍ଲକ୍‌ର ଜହଙ୍ଗର ପ୍ରାଥମିକ ବିଦ୍ୟାଳୟଠାରେ ଗତ ଗୁରୁବାର ଗୁରୁଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଗୁରୁ ପୂଜନ ଅନୁଷ୍ଠିତ ହୋଇଯାଇଛି । ଡ଼େରାବିଶ ବିଡ଼ିଓ ଦାଶରଥି ଜେନା, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ପଲେଇ ପଂଚାୟତ ସରପଂଚ ଅକ୍ଷୟ କୁମାର ସାହୁ, ପ୍ରାକ୍ତନ ସିଆରସିସି ପ୍ରକାଶ ଚନ୍ଦ୍ର ରାଉତ, ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ସମୂହ ମାଲ୍ୟାର୍ପଣ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହରେ ଗୁରୁପୂଜନ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ସଉରୀ ପ୍ରସାଦ ଦାସ, ସୀତାନାଥ ମିଶ୍ର, ରାଜକିଶୋର ଜେନା, ଉପେନ୍ଦ୍ର ପ୍ରସାଦ ମହାନ୍ତି, ଧ୍ରୁବ ଚରଣ ନାୟକ, ଶରତ ରଥ, ହିମାଂଶୁ ନାୟକ ଓ ଶ୍ରୀମତୀ ଶ୍ରୀକାନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହକାରୀ ଶିକ୍ଷୟତ୍ରୀ ସସ୍ମିତା ସାମଲ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନ୍ୟତମ ସହକାରୀ ଶିକ୍ଷକ ନିହାର ରଂଜନ ତ୍ରିପାଠୀ ସହଯୋଗ କରିଥିଲେ । ଅଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା କମିଟି ସଭାପତି ରାକେଶ ଖୁଣ୍ଟିଆଙ୍କ ସମେତ କ୍ଲଷ୍ଟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରାଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।


Next Post

ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିରରେ ଗୁରୁ ଦିବସ

Sat Sep 7 , 2024
ପଟ୍ଟାମୁଣ୍ଡାଇ ତା ୬/୯-ଓଡିଶାର ସର୍ବବୃହତ ପଞ୍ଚକଳା ତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ପକ୍ଷରୁ ବଡ଼ମୂଳବସନ୍ତ -ନସିପୁର ଠାରେ ଗୋପାଳ ଦାଶ ସ୍ମାରକୀ ଭବନରେ ପାଳିତ ହୋଇଯାଇଛି I ଗଡ଼ମେକର ପ୍ରତିଷ୍ଠାତା ସଭାପତି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମାଡ୍ରାସ ଆଇ ଆଇ ଟି ପ୍ରଫେସର ଅଭିଳାଷ ରାଉଳ,ସମୀର ରଞ୍ଜନ ଦାସ, ରମେଶ ଦେ ଓ ରବୀନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ […]

KANIKA