ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ ଉତ୍ସବ



କେନ୍ଦ୍ରାପଡ଼ା,୮ା୯: ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦ୍‌ଗୁରୁ ଦେବ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୧୩୭ତମ ଜନ୍ମଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପ୍ରଭାତରୁ ନଗର ପରିକ୍ରମା, ସଂକୀର୍ତ୍ତନ, ଦିବ୍ୟ ଶ୍ରୀବଳଦେବଜୀଉ ଏବଂ ଶ୍ରୀ ଦିନ୍ୱେଶ୍ୱର ମନ୍ଦିରେ ପୂଜାର୍ଚ୍ଚନା ପରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ । ଏହାପରେ ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଶିବାନନ୍ଦ ସରସ୍ୱତୀଙ୍କ ଦର୍ଶନ ତତ୍ତ୍ୱ ଉପରେ ଆଧାରିତ ଭଗବତ୍ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆଜିକାଲିର ଅବକ୍ଷୟମୁଖୀ ସମାଜରେ ସମସ୍ତେ ସନ୍ଥ ଶିରୋମଣୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀମା ଶ୍ରଦ୍ଧାଳୁମାନଙ୍କୁ ଉପଦେଶ ଦେଇ କହିଥିଲେ । ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ପଣ୍ଡିତ ସଦାଶିବ ପଣ୍ଡା, ଶ୍ରୀଧର ରାଉତ, ଶରତ ଚନ୍ଦ୍ର ବରାଳ, ସଚ୍ଚିକାନ୍ତ ନାଥ, ପ୍ରମୋଦ ଦାସ, ପୁନମ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଶିବାନନ୍ଦ ଭଜନ ଗଙ୍ଗାର ସଦସ୍ୟମାନେ ଭଜନ ପରିବେଷଣ କରିଥିଲେ । ଶ୍ରୀମା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ଓ ଆଧ୍ୟାତ୍ମିକ ପୁସ୍ତକ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ପରିଡା, ଶୁଭଲକ୍ଷ୍ମୀ ଦାସଙ୍କ ସମେତ ଗରାପୁର, କପାଳେଶ୍ୱର ଓ ଆଳିଜଙ୍ଗା ପ୍ରଭୃତି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଏବଂ ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ଆଶ୍ରମ ପରିସର ଉତ୍ସବମୁଖର ହୋଇ ଉଠିଥିଲା। ବ୍ରହ୍ମଚାରୀ ନୃସିଂହ ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା ୨୪ ତାରିଖରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ ବୋଲି ସମ୍ପାଦକ ସୂଚନା ଦେଇଥିଲେ ।


Next Post

ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଅଂଚଳିକ ପରିବେଶ ସଚେତନ ପରିଷଦ ପକ୍ଷରୁ ତାଳ ମଞ୍ଜି ରୋପଣ

Sun Sep 8 , 2024
କେନ୍ଦ୍ରାପଡ଼ା, ୮ା୯: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଦେପୁର ଆଂଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୁଲ୍ୟରେ ତାଳ ମଞ୍ଜି ରୋପଣ କରାଯାଇଛି। ଦେପୁର ସରସ୍ୱତୀ ଉଚ୍ଚବିଦ୍ୟାଳୟ ଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ ତାଳମଞ୍ଜି ରୋପଣ କରାଯାଇଛି। ସାରଙ୍ଗ ଶ୍ରୀବଳଦେବଜୀଉ ଗୌଡିୟ ମଠାଧିଶ ମହନ୍ତ ନରହରି ମହାରାଜ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ […]

KANIKA