ଶିକ୍ଷା ପଦ୍ଧତିରେ ସମାଜ ସଂସ୍କାର- ଶ୍ରୀମା



କେନ୍ଦ୍ରାପଡ଼ା, ୧୪ା୯: ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ବନମାଳିପୁର ପଞ୍ଚାୟତର ଚଣ୍ଡିଆ ଗ୍ରାମର ଏକ ସ୍କୁଲରେ ଶିକ୍ଷା ପଦ୍ଧତିରେ ସମାଜ ସଂସ୍କାର ଓ ଯୁବପିଢି ଏବଂ ଛୋଟ ବଡ ପିଲାମାନଙ୍କୁ ଶିକ୍ଷା ଓ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ସମାଜ ଏବଂ ଯୁବପିଢି ଯଦି ଏକ ମୁଖ୍ୟସ୍ରୋତରେ ଗତି କରିବ ତେବେ ଏକ ସୁସ୍ଥ ସମାଜ ଗଢି ତୋଳିବାରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀମା କହିଛନ୍ତି । ସେହି ପଞ୍ଚାୟତର ଭାଗ୍ୟଧର ସାମଲ, ରାମଚନ୍ଦ୍ର ସାମଲ, ଭୋବନି ଦାସ, କୁଳମଣୀ ଜେନା, ସଚ୍ଚିକାନ୍ତ ଜେନା, ପ୍ରମୋଦ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ବିଘ୍ନ ବିନାଶକ ଗଣେଶ ପୂଜାର ଶେଷ ଦିବସରେ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଯୋଗଦେଇ ଶ୍ରୀମା ଏଭଳି ଅଶୀର୍ବଚନ ପ୍ରଦାନ କରିଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମବେତ ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଆଧ୍ୟାତ୍ମିକ ଆଲୋଚନାରେ ଅଂଶଗ୍ରହଣ କରି ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ସମବେତ ପ୍ରାର୍ଥନା କରାଯାଇ ସଭାସାଙ୍ଗ କରାଯାଇଥିଲା ।


Next Post

ପ୍ରାଥମିକ ଚିକିତ୍ସା ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ : ଏମ ଏନ ହାଇସ୍କୁଲରେ ହିନ୍ଦି ପ୍ରାଥମିକ ଚିକିତ୍ସା ଦିବସ ଓ ସ୍ୱଛତା ପକ୍ଷ ପାଳିତ

Sat Sep 14 , 2024
ପଟ୍ଟାମୁଣ୍ଡାଇ ତା ୧୪/୯-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ଠାରେ ହିନ୍ଦି ଦିବସ, ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି ଓ ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଅଶୋକ ଦାଶ ହିନ୍ଦି ଦିବସର ତାପର୍ଯ୍ୟ ଓ ରାଷ୍ଟ୍ରଭାଷା ହିନ୍ଦିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ପ୍ରତିବର୍ଷ […]

KANIKA