କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟାର ନବମ ସାମ୍ବିଧାନିକ ସମ୍ମିଳନୀ



କେନ୍ଦ୍ରାପଡ଼ା,୧୫/୯: କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ନବମ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ବିମଳ କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ତିନିବର୍ଷର ଆର୍ôଥକ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । “ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ସମସ୍ୟା” ଶୀର୍ଷକ ଆଲୋଚନା ଚକ୍ର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ରାଜ୍ୟ ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, ବିଶିଷ୍ଟ ଅତିଥି ଭାବେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ସମ୍ମାନୀତ ଅତିଥି କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, ରାଜ୍ୟ ଓଷ୍ଟା କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, ନିର୍ମଳ କୁମାର ଜେନା, ସହ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ପ୍ରାକ୍ତନ ଜିଲ୍ଲା ନେତୃତ୍ୱ ତ୍ରୈଲୋକ୍ୟ ସ୍ୱାଇଁ, କାଳୀପ୍ରସାଦ ନାୟକ, ତପନ କୁମାର ସିଂହ, କ୍ଷୀରୋଦ କୁମାର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ଅଧିବେଶନରେ ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆସନ୍ତା ତିନିବର୍ଷ ପାଇଁ ଜିଲ୍ଲା ନେତୃତ୍ୱ ଚୟନ କରାଯାଇଥିଲା । ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ଦାସ, ଉପସଭାପତି ସଞ୍ଜୟ କୁମାର ସାମଲ, ବିଚିତ୍ର କୁମାର ସାହୁ, ମହିଳା ଉପସଭାପତି ରୀନା ରାଉତ, ସମ୍ପାଦକ ଭଗବାନ ସାହୁ, ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ, ଯୁଗ୍ମ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ମହିଳା ଯୁଗ୍ମ ସମ୍ପାଦକ ସରୋଜିନୀ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ରୂପେ ଆଦିକନ୍ଦ ସାହୁ, ସନ୍ତୋଷ କୁମାର ବରାଳ, ମହେଶ୍ୱର ସାହୁ, ରବିନ୍ଦ୍ର କୁମାର ଦାସ, ଗୃହୀତ ସଦସ୍ୟା ରୂପେ ମଧୁଚ୍ଛନ୍ଦା ନାଥଶର୍ମା, ବିଜନ କୁମାର ନାୟକ, ବିଶ୍ୱଜିତ ଦାସ, ଶିବପ୍ରସାଦ ବଳ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ କାର୍ଯ୍ୟକାରୀ ସଭାପତି ଶପଥ ପାଠ କରାଇଥିବା ବେଳେ ସାଧାରଣ ସମ୍ପାଦକ ନାମ ଘୋଷଣା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading