ମୟୀୟସୀ ବିଦ୍ୟୁତଲତାଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ



ସମ୍ବର୍ଦ୍ଧିତ ହେଲେ ଶତାଧିକ ଭିନ୍ନକ୍ଷମ ପଟ୍ଟାମୁଣ୍ଡାଇ ତା ୧୭/୯- ବ୍ରାହ୍ମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ଦିବଂଗତl ବିଦ୍ୟୁତଲତା ଦେଵୀଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଠାରେ ଡ଼ ଦେବପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ହୋଇଥିବା ସଭାରେ କେନ୍ଦ୍ରା ପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ରାଜନୈତିକ ସମୀକ୍ଷକ ଶ୍ରୀରାମ ଦାସ,କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ କୈଳାସ ଚନ୍ଦ୍ର ବରାଳ, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ନାଥ ବରାଳ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ବିଶ୍ୱାଳ,ବ୍ରାହ୍ମଣୀ ମହାବିଦ୍ୟାଳୟ ଅଧକ୍ଷ ଡ଼ ଗୌରୀ କୁମାର ସାମଲ, ପ୍ରାକ୍ତନ ଅଧକ୍ଷ ପ୍ରଭାକର ରାଉତ,ଶିକ୍ଷାବିତ ପାର୍ଥ ସାରଥୀ ଦାଶ, କବି ସଚିତ୍ର କୁମାର ବେହୁରା, କଥାକାର ପ୍ରଦୀପ ନାୟକ,ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ପୂର୍ବତନ ସରପଞ୍ଚ ଅଜୟ କୁମାର ବିଶ୍ୱାଳ, ଅଣ୍ଢରା ପଂଚାୟତ ପୂର୍ବତନ ସରପଞ୍ଚ ବସନ୍ତ ସ୍ୱାଇଁ ଓ ଅମ୍ବିକା ମଲ୍ଲିକ,ପେଣ୍ଠପାଳ ପଂଚାୟତ ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ସେଠୀ , ଅଳପୁଆ ପଂଚାୟତ ପୂର୍ବତନ ସରପଞ୍ଚ ରମେଶ ଦାସ, ଅମୃତମଣୋହି ପଂଚାୟତ ପୂର୍ବତନ ସରପଞ୍ଚ କୁଳମଣି ମଳିକ, ଯୁବ ସମାଜ ସେବୀ ନରେନ୍ଦ୍ର ଧଳ , ଅବସର କର୍ମଚାରୀ ପରିଷଦ ଉପସଭାପତି କାର୍ତ୍ତିକ ଚନ୍ଦ୍ର ରାଉତ, ନାରାୟଣ ବିଶ୍ୱାଳ, କ୍ଷମାନିଧି ସାମଲ ପ୍ରମୁଖ ଭାଷଣ ଦେଇ ଦିବଙ୍ଗତା ମହୀମହିଳା ବିଦ୍ୟୁତଲତାଙ୍କ କର୍ମ ମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଇ ଅବସରରେ ଭାଗବତ ପାରାୟଣ ଆଦି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ କରାଯିବା ସହିତ ଶତାଧିକ ଭିନ୍ନକ୍ଷମଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା Iସଭା ପ୍ରାରମ୍ଭରେ ସଂଗୀତଜ୍ଞ ସୁଧାଂଶୁ ଦାସ ପାରମ୍ପରିକ ସଂଗୀତ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଅଖିଳ ଚନ୍ଦ୍ର ବିଶ୍ୱାଳ, ସୁଶୀଲ ଚନ୍ଦ୍ର ବିଶ୍ୱାଳ, ସୁନୀଲ ଚନ୍ଦ୍ର ବିଶ୍ୱାଳ, ରଞ୍ଜନ ବିଶ୍ୱାଳ, ସୁବ୍ରତ ବିଶ୍ୱାଳ, ଦେବାଶିଷ ବିଶ୍ୱାଳ, ଖିରାଵଦୀ ବିଶ୍ୱାଳ,ଶୁଭାଶିଷ ବିଶ୍ୱାଳ ଓ ଅଭିଷେକ ବିଶ୍ୱାଳ ପରିଚାଳନା କରିଥିଲେ।


Next Post

ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ସମାରୋହ

Wed Sep 18 , 2024
କେନ୍ଦ୍ରାପଡା,୧୮ା୯: ଶୁକ୍ରବାର ଇନ୍ଦୁପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଉତ୍ସବ ଅବସରରେ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣିଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋଚିତ୍ର ସହ ନଗରକୀର୍ତ୍ତନ […]

KANIKA