ନିକିରାଇରେ ଭାଗବତ ଜୟନ୍ତୀ ପାଳନ



କେନ୍ଦ୍ରାପଡ଼ା, ୧୯ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଶ୍ଚିମ ନିକିରାଇସ୍ଥିତ ସ୍ୱର୍ଗତ ଦିବ୍ୟସିଂହ ଜେନାଙ୍କ ଭାଗବତ ମନ୍ଦିରଠାରେ ସାତ ଦିନ ଧରି ଚାଲିଥିବା ଭାଗବତ ପାରାୟଣ ଇନ୍ଦୁ ପୂର୍ଣ୍ଣିମା ଦିନ ମହା ସମାରୋହରେ ସମାପ୍ତ ହୋଇଛି । ଭାଗବତ ଜୟନ୍ତୀ ପାଳନ ଅବସରରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ବୃନ୍ଦ ସମେତ ଜିଲ୍ଲା ପରିଷଦ ଚେୟାରମ୍ୟାନ ସୁଶ୍ରୀ ଲିଲିତା ଦାସ, ନିକିରାଇ ମଠ ମହନ୍ତ ମହାରାଜ ଅଭୟ ଦାଶ, ଅନେକ ଜନପ୍ରତିନିଧି, ସୁଧିଜନ, ସାମ୍ବାଦିକ ବେବର୍ତ୍ତା ଅଜୟ ଦାସ, ଦିଲ୍ଲୀପ ଶତପଥି ପ୍ରମୁଖ ଉତ୍ସବରେ ଯୋଗଦାନ ପୂର୍ବକ ପ୍ରଭୁ କୃପା ଲାଭ କରିଥିଲ । ଶ୍ରୀ ଶ୍ରୀ ବଳଦେବଜୀଉ ଦୃଷ୍ଟିହୀନ କଳାକାରମାନେ ମନମୁଗ୍ଧକର ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ ଉତ୍ସବକୁ ଶିକ୍ଷକ ନେତା ଯଥା ପ୍ରଣବ କୁମାର ଜେନା, ପ୍ରସନ୍ନ କୁମାର ଜେନା ବିପିନ ବିହାରୀ ଜେନା, ଭରତଚନ୍ଦ୍ର ଜେନା, ଡା. ଚିଦାନନ୍ଦ ଜେନା, ପ୍ରମାଦ କୁମାର ଜେନା, ଶ୍ରୀକାନ୍ତ ଜେନା, ଗଣେଶଚନ୍ଦ୍ର ଜେନା, ପ୍ରଶାନ୍ତ କୁମାର ଜେନା, ପ୍ରଭାବତୀ ଜେନା, ସସ୍ମିତା ଜେନା, ମାମିନା ଜେନା, ଅନିତା ଜେନା,ଇଂ ରାନି ଜେନା, ଡାକ୍ତର ପ୍ରଜ୍ଞାପରମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ପୁଜକ ନଟବର ପଣ୍ଡା, ଶ୍ୟାମସୁନ୍ଦର ଦାଶ, ମନୋରଞ୍ଜନ ଦାସ, ନବଘନ ପଣ୍ଡା ପ୍ରମୁଖ ଭକ୍ତମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ।


Next Post

ଭାଜପା ସରକାରକୁ ୧୦୦ଦିନ ପୁରିଲା , ବିଭିନ୍ନ ମହଲରେ ପ୍ରତିକ୍ରିୟା

Thu Sep 19 , 2024
ଓଡ଼ିଶାରେ ନୂଆ ସରକାର ଭାଜପାକୁ ଗୁରୁବାର ୧୦୦ ଦିନ ପୂରିଛି। ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ଦଳ ଲୋକଙ୍କ ଭରସା ଜିତିବା ସହ ୨୪ ବର୍ଷର ବିଜେଡି ଗଡ଼କୁ ଭେଦିବାରେ ସଫଳ ହୋଇ ରାଜ୍ୟରେ କ୍ଷମତାକୁ ଆସିଥିଲା । ଭାଜପା ଦଳ ଏକକ ରୂପେ ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର […]

KANIKA