ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ହେଲେ ବିଶ୍ୱଭୂଷଣ



କେନ୍ଦ୍ରାପଡ଼ା,୨୦ା୯: ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଭାବେ କେନ୍ଦ୍ରାପଡା ମାଟିର ପୁଅ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଜାତୀୟ ଛାତ୍ର କଂଗ୍ରେସର ସଭାପତି ବରୁନ୍ ଚୈାଧୁରୀ ବିଶ୍ୱରଞ୍ଜନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଦେଶରେ ଛାତ୍ର ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଶ୍ରୀ ମହାପାତ୍ର ହେଉଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ରଙ୍କ ସୁପୁତ୍ର। ବିଶ୍ୱଭୂଷଣ ଦୀର୍ଘଦିନ ହେବ କଂଗ୍ରେସର ଛାତ୍ର ରାଜନୀତିରେ ସକ୍ରୀୟ ଥିଲେ। ଏହି ନିଯୁକ୍ତି ନେଇ ବିଶ୍ୱଭୂଷଣଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି।


Discover more from

Subscribe now to keep reading and get access to the full archive.

Continue reading