ଦୁଇ ପରିବାରରେ ଗଣ୍ଡଗୋଳ , ୩ ଗୁରୁତର,ଗୁହାଳପୋଡି ଓ ଗୋରୁ ଆହତ



ଡେରାବିଶ ୨୪/୯ ବେବର୍ତା ଅଜୟ ଦାସ-କେନ୍ଦ୍ରାପଡା ସଦର ଥାନା ଅଧିନ ଡେରାବିଶ ବ୍ଲକ ଜଅଁରାବାରିମୁଳ ପଂଚାୟତ ତେରମା ଗ୍ରାମରେ ଜମି ଭାଗବଂଟାକୁ ନେଇ ମଙ୍ଗଳବାର ରାତ୍ର ସାଢେ ୮ ବେଳେ ଗଣ୍ଡଗଳେ ଘଟି ୨ ଟି ପରିବାର ମଧ୍ୟରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଘଟଣାରେ ଜଣଙ୍କ ଗୁହାଳ ଘର ନିଆଁ ଲାଗିଯାଇଥିବା ବେଳେ ୨ ଗାଇ ଗୁରୁତର ହୋଇଛନ୍ତି । ଖବର ପାଇଘଟଣା ସ୍ଥଳରେ ଚାନ୍ଦୋଳ ପାଣ୍ଡି ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।


ସୂଚନାନୁଯାଇ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ତେରମା ଗାଁର ଭିକାରୀ ସ୍ୱଇଁ ଓ ଧ୍ରୁବ ସାଇଁଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଓ ପାରିବାରିକ ତିକ୍ତତା ଲାଗି ରହିଥିଲା । ଏନେଇ ଦୁଇ ପରିବାର ଭିତରେ ବାରମ୍ବାର ଝଗଡା ଲାଗିଆସୁଥିଲା । ମାତ୍ର ଆଜି ରାତି ସାଢେ ୮ ଟାରେ ଉଭୟ ପରିବାରଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳ ଆରମ୍ବ ହୋଇଥିଲା । ଏଥିରେ ଭିକାରୀ ଓ ତାଙ୍କ ପୁଅ ମିଂଟା ଉତକ୍ଷିପ୍ତ ହୋଇ ଧ୍ରୁବଙ୍କ ଗୁହାଳ ଘରେ ନିଆଁ ଲଗାଇ ଦେବାରୁ ୩ ଟି ଗାଈ ପୋଡି ଗୁରୁତର ହୋଇଥିଲେ । ଏଥିସହ ଭିକାରୀ ଓ ମିଂଟାଙ୍କ ଆକ୍ରମଣରେ ଧ୍ରୁବ୍‌କ ସ୍ତ୍ରୀ, ପୁଅ ପ୍ରବୀର ଓ ଝିଅ କଳ୍ୟାଣି ଗୁରୁତର ହୋଇଛନ୍ତି ବୋଲି ଧ୍ରୁବ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଖବରପାଇ ନିଶ୍ଚିନ୍ତ କୋଇଲ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିବା ବେଳେ ଚାନ୍ଦୋଳ ପ୍ରାଣି ସଂପଦ ବିଭାଗ କର୍ମଚାରୀ ପୋଡିଯ୍‌ାଇଥିବା ଗାଇଙ୍କୁ ଚିକିତ୍ସାକରୁଛନ୍ତି ବୋଲି ଜଣାପଡିଛି ।


Next Post

କଳସପୂଜା ଘାଟରେ ଜାଲିବ୍ୟବସ୍ଥା, କୁମ୍ଭୀର ପାଇଁ ସତର୍କତା, ଶାରଦୀୟ ଦୂର୍ଗା ପାଇଁ ତହସିଲରେ ଶାନ୍ତି କମିଟି ବୈଠକ

Wed Sep 25 , 2024
ପଟ୍ଟାମୁଣ୍ଡାଇ ୨୪/୯ ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପୁରୁଷ ପୁରୁଷ ଧରି ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି ଆସୁ ଥିବା ବେଳେ ଏହି ଉତ୍ସବର ଏକ ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ […]

KANIKA