ଧସିଲା ବ୍ରହ୍ମଣୀ ନଦୀପଠା ନଦୀ ଗର୍ଭକୁ ଚାଲିଗଲା ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା, ଆତଙ୍କରେ ସ୍ଥାନୀୟ ଲୋକେ , ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ଅଧିକାରୀ



ପଟ୍ଟାମୁଣ୍ଡାଇ ୨୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ ମିଶି ଯାଇଛି । ଫଳରେ ଆଖପାଖ ଅଂଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ନଦୀରେ ଜଳ ସ୍ତର ଅଧିକ ବଢେ ଏଠାରେ ଘାଇ ହେବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି । ତେବେ ଜଳସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଅନ୍ୟ ଅଧିକାରୀ ଏହା ଉପରେ ନଜର ରଖିବା ସହିତ ବାଲିବସ୍ତା ପକାଇବା ପାଇଁ ବ୍ୟାବସ୍ଥା କରିଛନ୍ତି ।


ନିମପୁର ପୋଖରିସାହି ନିକଟରେ ବୁଧବାର ବ୍ରାହ୍ମଣୀନଦୀ କୂଳ ଖାଉଥିବା ଲୋକେ ଦେଖି ଜଳସଂପଦ ବିଭାଗ କେନ୍ଦ୍ରାପଡାକୁ ଜଣାଇଥିଲେ । ଏ ସମ୍ପର୍କରେ ଖବର ପାଇ ଅପରାହ୍ନରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠୀ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ପରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଜଳସଂପଦ ବିଭାଗ ଭାରାପ୍ରାପ୍ତ ଏସଡିଓ ଆଶିଷ ସ୍ୱାଇଁ, ସହକାରୀ ଯନ୍ତ୍ରୀ ମନୋରଞନ ସାହୁ ଘଟଣା ସ୍ଥଳରେ ପହଁଚି ବାଲିବସ୍ତା, ପାଲ ପକାଇ ପାଣିମାଡକୁ ପତିହତ କରିବାପାଇଁ ସମସ୍ତ କୌଶଳ ଜାରି ରଖିଛନ୍ତି ।
ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, ଜଳସଂପଦ ବିଭାଗ ପକ୍ଷରୁ କୂଳ ଖାଉଥିବା ସ୍ଥାନଗୁଡିକରେ ପଥର ପ୍ୟାକିଂ ସହ ରକ୍ଷଣାବେକ୍ଷଣ କରାଯାଉଛି । ହେଲେ ନୂଆ ନୂଆ ସ୍ଥାନରେ ନଦୀ କୂଳ ଖାଉଥିବାରୁ ଚିନ୍ତା ବଢୁଛି । ନଦୀରେ ବନ୍ୟା ପାଣି ଯୋଗୁଁ ବିଭାଗ ଅସହାୟ ହୋଇପଡିଛି । ବ୍ରାହ୍ମଣୀ ଡାହାଣ ପାର୍ଶ୍ୱ ନଦୀ ବନ୍ଧ ପଠାକୁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପଥର ପ୍ୟାକିଂ କାର୍ଯ୍ୟ ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପରବର୍ତୀ ସମୟରେ ବନ୍ୟା ପାଣି ରୋକିବାରେ ତାହା ସକ୍ଷମ ହେଉନାହିଁ । ଉପର ମୁଣ୍ଡରେ ବର୍ଷା ଲାଗିରହିଥିବାରୁ ରେଙ୍ଗାଲି ଗେଟ୍ ଖୋଲିବାର ଆଂଶଙ୍କା ରହିଛି । ତେବେ କେତେବେଳେ ଯେ କଣ ଘଟିବ ତାହାକୁ ନେଇ ଉତିକଣ ଅଂଚଳର ଆଠ ଦଶ ଖଣ୍ଡ ପଂଚାୟତର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ବିଭାଗୀୟ ଉଚ୍ଚ ଅଧିକାରୀ ନଜର ଦେବାକୁ ସାଧାରଣରେ ଦାବି ହେଉଛି। ଏହି ସର୍ମ୍ପକରେ ଖବର ପାଇ ସଂନ୍ଧ୍ୟା ୭ଟା ବେଳେ ସ୍ଥାନୀୟ ବିଧାୟକ ଧ୍ରୁବ ସହୁ, ଜିଲ୍ଲାପାଳ ସ୍ମୃତିରଞନ ପ୍ରଧାନ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଳସଂପଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ଅଳଭାରୁ କୌଣସି ଭାରିଯାନକୁ ଏହି ରାସ୍ତା ଦେଇ ରାଜନଗର ଯିବାକୁ ବାରଣ କରାଯିବା ସହ ଅଳଭା ଠାରେ ପୋଲିସ ମୁତୟନ ବ୍ୟବସ୍ଥା କରାଯାଉଛି। ଜଳସଂପଦ କର୍ମଚାରୀ ମାନେ ବନ୍ଧକୁ ରାତି ତମାମ ଜଗି ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉକି ୧୯୭୫ ମସିହା ବନ୍ୟାରେ ଅତଡା ଖାଉଥିବା ସ୍ଥାନରେ ୫ଶହ ଫୁଟର ଘାଇ ହୋଇ ବନ୍ୟାର ତାଣ୍ଡବ ରଚିବା ସହ ବହୁ ଧନ ଓ ଜୀବନ ହାନୀ ଘଟିଥିଲା। 


Discover more from

Subscribe now to keep reading and get access to the full archive.

Continue reading