କଲେଜ ଛତ୍ରୀଙ୍କ ଅତ୍ମହତ୍ୟା



ପଟ୍ଟାମୁଣ୍ଡାଇ ୨୯/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ କଲେଜ ଛାତ୍ରୀ ରବିବାର ମଧ୍ୟାହ୍ନରେ ନିଜ ମାମୁଁ ଘରେ ଶାଢିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ +୩ ଦିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି। ତାଙ୍କ ନାମ ଇତୀଶ୍ରୀ ସାହୁ (୧୯)। ସେ ତାଙ୍କ ମାମୁଁ ଘରେ ରହି ପାଠପଢୁଥିଲା ବେଳେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏହା ଜାଣି ମାମୁଁ ଘର ଲୋକେ ତୁରନ୍ତ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ଅଜା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚି ଶବ ଜବତକରି ତଦନ୍ତ ଆରମ୍ଭ କରିଛି। ଏନେଇ ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ-୧୭/୨୯-୯-୨୦୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଛିା


Next Post

ଦୂରଦର୍ଶୀ ଜନନାୟକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗ , ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି

Sun Sep 29 , 2024
  ଜିଲ୍ଲାସ୍ତରୀୟ ସର୍ବଦଳୀୟ ଶୋକ ସଭାରେ ପ୍ରୟାତ ଜନନେତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କେନ୍ଦ୍ରାପଡ଼ା,୨୯ା୯: ସି.ପି.ଆଇ.(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଏକ ଜିଲ୍ଲାସ୍ତରୀୟ ସର୍ବଦଳୀୟ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସି.ପି.ଆଇ.(ଏମ୍‌)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି […]

KANIKA