ବକ୍ତାରପୁରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪



ପଟ୍ଟାମୁଣ୍ଡାଇ ୫/୧୦- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ପରିସରରେ ବକ୍ତାରପୁର କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସିଆରସିସି ସଂଘମିତ୍ରା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କାଉନସିଲର ଝରଣା ବେହେରା ମୁଖ୍ୟବକ୍ତା, ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନା, ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି, ସିଆରସିସି ବିଭୁ ରଞ୍ଜନ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଜଗବନ୍ଧୁ ନାୟକ ଓ ପ୍ରାକ୍ତନ ସିଆରସିସି ବିଶ୍ୱ ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ । ଶିକ୍ଷକ ସଞ୍ଜୟ କୁମାର ତ୍ରିପାଠୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ଶୁଭଲଷ୍ମୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।ସେହିପରି ଆୟୋଜିତ ଉଦଯାପନୀ ଉତ୍ସବରେ ବି.ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟଅତିଥି,ଡିଆଇଇଟି ବାଲିଆ ପ୍ରଶିକ୍ଷିକା ଅସୀମା ବେହୁରା ମୁଖ୍ୟବକ୍ତା, ଏବିଇଓ ପ୍ରେମବାଳା ମହାପାତ୍ର ଓ ସୁନୀତି ଦାଶ, ସିଆରସିସି ନମିତା ସାହୁ, ଡିଆଇଟିଇ ବାଲିଆ ପ୍ରଶିକ୍ଷିକା ସୁନିତା ବେହେରା, ସିଆରସିସି ରଞ୍ଜନ କୁମାର ସାହୁ ଓ ଶିକ୍ଷକନେତା ସିଆରସିସି ପ୍ରଦୀପ ତରାଇ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ଅନିତା ଧଳ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ଜୟନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ବକୃତା, ନୃତ୍ୟ, ସଂଗୀତ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଶିକ୍ଷକନେତା କବି ଅଶୋକ ପରିଡା, ଶରତ ସ୍ୱାଇଁ, ଉର୍ମିଳା ବିଶ୍ୱାଳ, ଗୋଦାବରୀଶ ମିଶ୍ର, ରାଜେନ୍ଦ୍ର ଦାଶ, ମାନସୀ ତରାଇ,ଶୁଭଶ୍ରୀ ମାଝୀ ବିଚାରକ ଭାବେ ଯୋଗ ଦେଇଥିଲେ । ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଶେଷରେ ସସ୍ମିତା ଦାଶ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆରତୀ ଭଳ, କଳ୍ପନା ତ୍ରିପାଠୀ, ଜୟବାଳା ନାରାୟଣୀ ମହାପାତ୍ର,ରାଜଶ୍ରୀ ତ୍ରିପାଠୀ ଓ ମିନତୀ ପୃଷ୍ଟି ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading