ଗଡ଼ମେକର ୩ କଣ୍ଠଶିଳ୍ପୀଙ୍କୁ ଆକାଶବାଣୀ ମାନ୍ୟତା



ପଟ୍ଟାମୁଣ୍ଡାଇ ୬/୧୦କ-ଓଡିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡ଼ମେକର )ର ୩ଜଣ କଣ୍ଠଶିଳ୍ପୀ ଆକାଶବାଣୀ ବି ଗ୍ରେଡ଼ ମାନ୍ୟତା ପାଇଛନ୍ତି । ସେମାନେ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମର ସୁପ୍ରିୟା ଦାଶ, ଗୁଣୁପୁରର ସୌମ୍ୟ ରଞ୍ଜନ ଗାହାଣ ଓ ପୋଖରୀଆପଡାର ମନସ୍ୱିନୀ ମହାପାତ୍ର । ଗଡ଼ମେକର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କ ପ୍ରଶିକ୍ଷଣରେ ସେମାନେ ଆଜି ଏହି ସଫଳତା ୋସଲ କରିଥିବା ଅଲୋଚନା ହେଉଛି । ଏଥିନେଇ ୩ଜଣ କଣ୍ଠ ଶିଳ୍ପୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।


Next Post

ମୟୀୟସୀ ପାଳୁଣୀ ଦେବୀ ଶ୍ରଦ୍ଧାଞ୍ଜଳି ସଭା

Sat Oct 5 , 2024
ପଟ୍ଟାମୁଣ୍ଡାଇ ତା ୫/୧୦-ପଟ୍ଟାମୁ ଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜବାଦୀ ଅକ୍ଷୟ ସାମଲଙ୍କ ମାଁ ମୟୀୟସୀ ପାଲୁଣୀ ସାମଲଙ୍କ ଏକାଦଶାହ ଅବସରରେ ଵାଘତୈଳା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୃବ -ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀ କାନ୍ତ‌‌‌ ସ୍ଵାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଓଉପଦା ସରପଞ୍ଚ ମମତା ସାମଲ,ବିଶିଷ୍ଟ ଯୁବ ସମାଜ […]

You May Like