ନର୍ସିଂହୋମ ଉପରେ ଚଢାଉ, ମାଲିକ ଫେରାର



କେନ୍ଦ୍ରାପଡ଼ା, ୬ା୧୦: କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଏକ ନର୍ସିଂହୋମ ଚାଲୁଥିବା ଜାଣି କେନ୍ଦ୍ରାପଡା ଟାଉନ ଥାନା ପୋଲିସ ରବିବାର ଚଢାଉ କରିଛି। ଗିରଫ ହେବା ଭୟରେ ନର୍ସିଂହୋମର ମାଲିକ ଫେରାର ହୋଇଯାଇଛନ୍ତିବୋଲି ଆଲୋଚନା ହେଉଛି ।

ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସହରର ପୁରୁଣା ମେଡିକାଲ ରୋଡସ୍ଥିତ ଏକ ନର୍ସିଂହୋମ ବିଲଡିଂର ପ୍ଲାନ ଅନୁମୋଦନ ହୋଇଥିବା ନେଇ କଟକ ମଣ୍ଡଳ ଅଗ୍ନିଶମ ବିଭାଗକୁ ପଠାଇଥିଲା। କାଗଜପତ୍ର ଯାଞ୍ଚ ବେଳେ ଅଗ୍ନିଶମ ବିଭାଗ ପୈାରପାଳିକା ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ନିର୍ବାହୀ ଅଧିକାରୀ କହିଥିଲେ ଯେ ଏହି ନର୍ସିଂହୋମ କୋଠାର ପ୍ଲାନ ସେ ଅନୁମୋଦେନ କରିନାହାନ୍ତି। କିନ୍ତୁ ତାଙ୍କ ଦସ୍ତଖତ ଥାଇ ପ୍ଲାନ ଅନୁମୋଦନ ହୋଇଥିବା ନିର୍ବାହୀ ଅଧିକାରୀ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତିକରି ଟାଉନ ଥାନା ଅଧିକାରୀ ଦିଲ୍ଲିପ ସାହୁ ଏକମାମଲା ନର୍ସିଂ ହୋମ ମାଲିକ ନାମରେ ରୁଜୁ କରିଥିଲେ। ତାଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯାଇଥିଲା।


Next Post

ଚନ୍ଦନନଗର ପଂଚାୟତରେ ସଦସ୍ୟତା ଅଭିଯାନ , ପାନୀୟଜଳ ସମ୍ପର୍କିତ ଆଲୋଚନା

Mon Oct 7 , 2024
ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭଜପା ସଭାପତି ସ୍ୱାଗତ ଦାଶଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ତେତେଲଙ୍ଗା ଗ୍ରାମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ନାରୀ ନେତ୍ରୀ କାନନ ବାଳା ଦାସ, ବିଷ୍‌ଣୁପ୍ରିୀୟା ମହାପାତ୍ର, ରାଜନଗର ଭାଜପା ପ୍ରଭାରୀ ସୁନାକର ପ୍ରଧାନ, ସୁଭେନ୍ଦୁ ଦାଶ, ସୋମନାଥ ଷଡଙ୍ଗୀ ପ୍ରଭୁତି ଯୋଗଦେଇ ଗ୍ରାମର ଘରକୁ ଘର ଯାଇ ଲୋକ ମାନଙ୍କୁ ଭାଜପା ସଦସ୍ୟତା ଗ୍ରହଣ କରାଇଥିଲେ। ଏହି […]

KANIKA