
ପଟ୍ଟାମୁଣ୍ଡାଇ ୯/୧୦ – ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ ” ଯୁଦ୍ଧ ଓ ପରିବର୍ତିତ ବିଶ୍ୱ ଶୃଙ୍ଖଳା “ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ମାନସ ବେହେରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ଇତିହାସ ବିଭାଗ ମୁଖ୍ୟ ଡ଼ ସର୍ବେଶ୍ୱର ସାହୁ ସନ୍ଧର୍ଭ ପାଠ କରିଥିଲେ । ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ସ୍ୱାଗତଭାଷଣ ଓ ଅଧ୍ୟାପିକା ଡ଼ ନିବେଦିତା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ କଲେଜର ବହୁ ଅଧ୍ୟାପିକାଅଧ୍ୟାପକ ଓ ଇତିହାସ ବିଭାଗ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।











