ପାଲା ମାଧ୍ୟମରେ ମାତୃସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନାତା କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୧୦/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ସହର ଉତ୍ସବ ମୁଖର ହୋଇପଡିଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର ସଚିଦାନନ୍ଦ ମିଶ୍ରଙ୍କ ନିଦ୍ଧେଶକ୍ରମେ ଗୁରୁବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ତରଫରୁ ମାତୃସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସଚେତନାତା କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ପାଲାରେ ଗାୟୀକା ସବିତା ଦେହୁରୀ ଓ ତାଙ୍କ ସାଥୀଙ୍କ ଦ୍ୱାରା ମାତୃ ସ୍ୱାସ୍ଥ୍ୟ ଉପରେ ସରକାର କିପରି ଗର୍ଭବତୀ ମହିଳାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି ତାହା ଉପରେ ଉପସ୍ଥିତ ଦର୍ଶକଙ୍କୁ ବୁଝାଇଥିଲେ । ତତ୍ ସହିତ ସରକାର ଗର୍ଭବତୀ ମାମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଖାଦ୍ୟ ଯୋଗାଣ, କାଉନ୍‌ସେଲିଂ ଆଦି ସେବା ଯୋଗାଇ ଦିଆଯାଉଛି । ଜନଜୀ ଏକ୍‌ସପ୍ରେସ୍ ଆମ୍ବୁଲାନ୍ସ ଓ ମୋବାଇଲ୍ ହେଲ୍‌ଥ ୟୁନିଟ୍ ଭଳି ଅଭିନବ ସେବାର ପରିକଳ୍ପନା କରିଯାଇଛିିି। ଏହା ଦ୍ୱାରା ଅପହଂଚ ଇଲାକାକୁ ଠିକ୍ ସମୟରେ ତଥା ନିୟମିତ ଭାବେ ସ୍ୱାସ୍ଥ୍ୟସେବା ସୁବିଧା ପହଁଚାଯିବା ସମ୍ଭବ ହୋଇଛି। ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠାକୁ ଉତ୍ସାହିତ କରି ତୃଣମୂଳ ସ୍ତରକୁ କିଭଳି ସ୍ୱାସ୍ଥ୍ୟସେବା ପହଁଚିପାରିବ ସେ ନେଇ ପାଲା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନ କରିଥିଲେ। ସଚେତନତା ପାଲା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଏପଖଣ୍ଡ ଚିକିତ୍ସାଳୟ ପିଏଚଇଓ ସ୍ନେହଲତା ମହାନ୍ତି, ମଧୁଛନ୍ଦା ମହାପାତ୍ର, ନୃସିଂହ ଚରଣ ଦାସ, ଚିତରଞ୍ଜନ ଚାନ୍ଦ, ସଂଜୟ କୁମାର ଦାସ, ପ୍ରିୟଦର୍ଶିନୀ ଦିପ୍ତିମୟୀ ସାହ ୁଓ ହେମନ୍ତ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହି କର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ଜିଲ୍ଲାରେ କୃଷି ସମସ୍ୟା ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବିରେ ୨୨ଅକ୍ଟୋବର ମହାକାଳପଡା ତହସିଲ ଘେରାଉ

Fri Oct 11 , 2024
କେନ୍ଦ୍ରାପଡା, ୧୧ା୧୦: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) କେନ୍ଦ୍ରାପଡ଼ା ଜିଲ୍ଲା କମିଟିର ପରିବର୍ଦ୍ଧିତ ବୈଠକ ଗୋପଛକ ଠାରେ ସାଥୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ସାଥି ରମେଶ ଚନ୍ଦ୍ର ନାୟକ। ଏହାପରେ ବିଗତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାର […]

KANIKA