ଶିବାନନ୍ଦ ଆଶ୍ରମରେ ନବରାତ୍ର ଓ କୁମାରୀ ପୂଜା



କେନ୍ଦ୍ରାପଡା, ୧୪ା୧୦: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ଓ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶନିବାର ନବକନ୍ୟା ପୂଜନ ବା କୁମାରୀ ପୂଜା ମହାସମାରୋହରେ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ମିନତୀ ଦାସ, ନିଆଳିରୁ ବିଜୟ କୁମାର ଜେନା, ଗାୟତ୍ରୀ ସ୍ୱାଇଁ, ଗୀତା ସ୍ୱାଇଁ, ଶିବାନୀ, ଚିତ୍ତରଞ୍ଜନ ଦାସ ଓ ଉପାଧ୍ୟକ୍ଷ ଡକ୍ଟର କାଳି ପ୍ରସନ୍ନ ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ କଲ୍ୟାଣ ପାଇଁ ଏବଂ ସଂସାରର ଦୁଃଖ ଦୁର୍ଦ୍ଦଶା ଦୂର ପାଇଁ ଶ୍ରୀମା’ କୁମାରୀ କନ୍ୟାମାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରୋଜ ଜେନା ଓ ବ୍ରହ୍ମଚାରୀ ନୃସିଂହ ନାଥ ପରିଚାଳନା କରିଥିଲେ।


Next Post

୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

Mon Oct 14 , 2024
କେନ୍ଦ୍ରାପଡ଼ା, ୧୪ା୧୦: ମାର୍ଶାଘାଇ ମଧ୍ୟ ଇଂରାଜୀ ଓ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟର ୧୯୯୦ ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ମାର୍ଶାଘାଇ ଯଜ୍ଞ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୁରାତନ ଛାତ୍ର ପ୍ରେମାନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୪୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ସେହି ପୁରାତନ ସ୍ମୃତିକୁ ରୋମନ୍ଥନ କରିବା ସହିତ ଅତୀତ ଦିନର ଅଭୁଲା ଦିନକୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ। ଏହି ଅବସରରେ […]

KANIKA