
ଡେରାବିଶ ୨୫/୧୦ ବେବର୍ତା ଅଜୟ ଦାସ : କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧିନ ଇନ୍ଦାଳୋ ପଂଚାୟତ ଅଢ଼ଙ୍ଗା ଗାଁର ହୃଷିକେଶ ମିଶ୍ର ଶୁକ୍ରବାର ଏକ ଲୁହାରଡ ଧରି ନିଜ ଛାତ ଉପରେ ମାଙ୍କଡ଼ ହୁଡାଉଥିବା ବେଳେ ଅସାବଧାନତା କାରଣରୁ ଛାତରୁ ଖସି ପଡିଥିଲେ। ହୃଷିକେଶ ଧରିଥିବା ଲୁହାରଡ ତାଙ୍କ ବେକରେ ପଶି ମୁଣ୍ଡରେ ବାହାରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ କିକିତ୍ସା କରାଯାଇଛି ।











