ଦାନା ବାତ୍ୟା ଅବହେଳା ଅଭିଯୋଗ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଳମ୍ବିତ, ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ



କେନ୍ଦ୍ରାପଡା,୨୫ା୧୦: ଦାନା ବାତ୍ୟା ପରିଚାଳନା ଓ ରିଲିଫ୍ ସହାୟତା ଅବହେଳା ଅଭିଯୋଗରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜସ୍ମିନ ସୋରେନ୍ ଏବଂ ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଞ୍ଜୟ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଶ୍ରୀ ସୋରେନଙ୍କୁ ମାର୍ଶାଘାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ରାଜକନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନଡିଆବରେଇ ହାଇସ୍କୁଲର ଶିକ୍ଷକ ରଶ୍ମିକାନ୍ତ ଆଚାର୍ଯ୍ୟ ଓ ଅଙ୍ଗନୱାଡି କର୍ମୀ ଅଞ୍ଜନା ପ୍ରଭା ଦାସଙ୍କୁ ବାତ୍ୟା ପରିଚାଳନା ଦାୟିତ୍ୱରେ ଅବହେଳା କରିଥିବାରୁ ଗରଦପୁର ବ୍ଲକ ଅଧିକାରୀ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି । ଗରଦପୁର ବ୍ଲକ ପରିଦର୍ଶକ ଦାୟିତ୍ୱରେ ଥିବା ଅଧିକାରୀ ଦାନା ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳ ନଡିଆବରେଇ ହାଇସ୍କୁଲରେ ଗତ ଗୁରୁବାର ଦିନ ୯ଟା ବେଳେ ପହଞ୍‌ôôଚଥିଲେ । ଏହି ଦୁଇଜଣ ଲୋକମାନଙ୍କୁ ଉଦ୍ଧାର କରି ଏହି ଅସ୍ଥାୟୀ ଶିବିରରେ ରଖିବାର ବ୍ୟବସ୍ଥା ଦାୟିତ୍ୱରେ ଥିଲେ । ତେଣୁ ବିଡିଓ ସେମାନଙ୍କୁ କାହିଁକି ଉପସ୍ଥିତ ନଥିଲେ ତାହାର କାରଣ ୨୪ଘଣ୍ଟା ମଧ୍ୟରେ ଲିଖିତ ଆକାରରେ ଜଣାଇବା ପାଇଁ ଗରଦପୁର ବିଡିଓ ନିର୍ଦ୍ଦେଶ ଦେଇଛନ୍ତି ।


Next Post

ବାତ୍ୟାରେ ପଟ୍ଟାମୁଣ୍ଡାଇରେ ବ୍ୟାପକ କ୍ଷୟକ୍ଷତି,କଚ୍ଚା ଘର, ରାସ୍ତାଘାଟ କ୍ଷତିଗସ୍ତ, ଫସଲହାନୀ,ବର୍ଷା ଯୋଗୁଁ ରିଲିଫଓ ଉଦ୍ଧାରକାର୍ଯ୍ୟ ପ୍ରଭାବିତ,ଗଛ କାଟିଲେ ବିଧାୟକ

Fri Oct 25 , 2024
ପଟ୍ଟାମୁଣ୍ଡାଇ ତା ୨୫/୧୦-ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଓ ପବନରେ ବହୁ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ରାସ୍ତାଘାଟ ଧୋଇ ଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦିଓ ପଟ୍ଟାମୁଣ୍ଡାଇ […]

You May Like