ଜିଲ୍ଲା ସ୍ତରୀୟ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ



କେନ୍ଦ୍ରାପଡ଼ା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଘାଟିିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶାର ସର୍ବକନିଷ୍ଠ ଆନ୍ତର୍ଜାତୀୟ ଚେସ ମାଷ୍ଟର ରାକେଶ ଜେନା, ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମ, ଆନ୍ତର୍ଜାତୀୟ ଆରବିଟର ତଥା ଜିଲ୍ଲା ଚେସ ଆସୋସିଏସନ୍‌ର ସମ୍ପାଦକ ଭବେଶ ମହାନ୍ତି, ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ, ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂ, ଉପସଭାପତି ଧରଣୀଧର ସେଠୀ ଓ ଲଲାଟକେଶରୀ ସାମଲ, କାର୍ଯ୍ୟକାରୀ କମିଟି ସଦସ୍ୟ ହିମାଂଶୁ ଶେଖର ନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ନେହେରୁ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶିବିରରେ ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମଙ୍କ ସହିତ ସର୍ବପରିଚିତ ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁମାର ଜେନା ଯୋଗଦେଇ ଚେସ୍ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ସାହୁ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଆସନ୍ତା ନଭେମ୍ବରମାସ ୨ ଓ ୩ତାରିଖ ଦୁଇଦିନ ଧରି ତୁଳସୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଚତୁର୍ଥ ଡା. ବୈଷ୍ଣବ ପରିଡା ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading