କେନ୍ଦ୍ରାପଡା,୨୬ା୧୦: ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡା ବ୍ଲକ, କେନ୍ଦ୍ରାପଡା ପୌରାଞ୍ଚଳ ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଞ୍ଚାୟତର ଆଶ୍ରୟସ୍ଥଳୀମାନଙ୍କରେ ବିଧାୟକ ଗଣେଶ୍ୱର ବେହେରା ୨ଦିନ ଧରି ପରିଦର୍ଶନରେ ଯାଇଥିଲେ । ଏଥିସହିତ କେନ୍ଦ୍ରାପଡା ବ୍ଲକ ବି.ଡି.ଓ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ବି.ଡି.ଓଙ୍କ ସହିତ ମିଶି ବାତ୍ୟା ପିଡିତ ଲୋକମାନେ କିପରି ସରକାରୀ ରିଲିଫ୍ ଓ ସାହାର୍ଯ୍ୟ ପାଇବେ ସେଥିପ୍ରତି ତଦାରଖ କରିଥିଲେ । ବାତ୍ୟାସ୍ଥଳୀ ପରିଦର୍ଶନ ସମୟରେ ସେ ଲୋକମାନଙ୍କ ସହିତ ମିଶି ତାଙ୍କର ଭଲମନ୍ଦ କଥା ପଚାରି ବୁଝିଥିଲେ । ବାତ୍ୟାରେ ଯେଉଁ ଲୋକମାନଙ୍କର ଘର ଭାଙ୍ଗିଛି ତାଙ୍କୁ ଘର ଯୋଗାଇ ଦେବା ପାଇଁ ଓ ବର୍ଷାରେ କ୍ଷତି ହେଇଥିବା ବିଭିନ୍ନ ପ୍ରକାର ଚାଷକୁ ଆକଳନ କରି କ୍ଷତି ପୂରଣ ଦେବାକୁ ସେ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ।