ବାତ୍ୟା ଦାନା ଅଘଟଣ ଜଣେ ମୃତ



ପଟ୍ଟାମୁଣ୍ଡାଇ ୨୬/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାତ୍ୟା ‘ଦାନା’ ଅଘଟଣ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ନୂଆଗାଁର ଶରତ ମଲିକଙ୍କ ଘର ଉପରେ ଗୁରୁବାର ରାତିରେ ବାତ୍ୟା ସମୟରେ ଏକ ବିରାଟ ଗଛ ଉପୁଡି ପଡିବାରୁ ଘର ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତି କରିଥିଲେ । ଚିକିତ୍ସା ଧୀନ ଥିବା ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି । ମୃତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ଏହି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।


Next Post

ପଟ୍ଟାମୁଣ୍ଡାଇ ବାତ୍ୟା ବିପନ୍ନ ଅଂଚଳ ବୁଲିଲେ ବୈଜୟନ୍ତ

Sun Oct 27 , 2024
ପଟ୍ଟାମୁଣ୍ଡାଇ ୨୬/୧୦ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶନିବାର ରାଜନଗର ନିର୍ବାଚନମଣ୍ଡଳୀ ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ସାଂସଦ ପଣ୍ଡାଙ୍କ ସହିତ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡା, କେନ୍ଦ୍ରାପଡ଼ା ଭାଜାପା ନେତ୍ରୀ ଗୀତାଞ୍ଜଳି ସେଠୀ, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା, […]

You May Like